ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ : ରାଜଧାନୀ ପାଇଁ ଆସିବ ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୁବନେଶ୍ୱରରେ ନିୟମରେ ହୋଇନି ପରିବର୍ତ୍ତନ

1,809

କନକ ବ୍ୟୁରୋ : ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନିମୟରେ ପରିବର୍ତ୍ତନ ଅଣାଯାଇଛି । ଚାଷକାର୍ଯ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରାଜଧାନୀ ପାଇଁ ଭିନ୍ନ ନିୟମ ଆଣିବାକୁ ଚିନ୍ତା ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବାହାରିବ ବୋଲି ସ୍ପଷ୍ଟ କରିଛନ୍ତି ସରକାର ଏସଆରସି । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱର ସହରରୁ ହିଁ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମକୁ କୋହଳ କରାଯାଇ ନାହିଁ ।

ସରକାର ଆଜି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଧାନ ବୁଣା, ଚାଷ, ତଳି ରୁଆ, ଫସଲ ଅମଳ ଆଦି କାର୍ଯ୍ୟକୁ ଅନୁମତି ଦେଇଛନ୍ତି  । କୃଷି ଜାତ ଦ୍ରବ୍ୟ ପରିବହନ ଓ ବଂଟନ ପାଇଁ ଟ୍ରାକ୍ଟର ଓ ଟ୍ରକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦେକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ଏହା ସହିତ ଲକଡାଉନରେ ମତ୍ସ୍ୟ ଉତ୍ପାଦନ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ଜାରି ରହିବ । ରାଜଧାନୀ ଭୁବନେଶ୍ୱରର ଲୋକ ଏଥିରୁ ବାଦ ପଡ଼ିବେ । ଭୁବନେଶ୍ୱରେ କୃଷିକାର୍ଯ୍ୟ ହେବନି କି କୌଣସି ବି ନିୟମ କୋହଳ ହେବନାହିଁ ।

ସେପଟେ ହୋଟେଲ କିମ୍ବା ରେଷ୍ଟୁରାଂଟରୁ ଖୋଲା ରହିବ ବୋଲି କହିଛନ୍ତି ସରକାର । ଘରକୁ ଖାଦ୍ୟ ସାମଗ୍ରୀ ମଗାଇ ପାରିବେ । କିନ୍ତୁ ସେଠାରେ ବସି ଖାଇ ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।