ଦେଶରେ ଉତ୍କଟ ବେକାରୀ ସମସ୍ୟା : ଚେନ୍ନାଇରେ ୫୦ ପାର୍କିଂ ଆଟେଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କଲେ ୧,୫୦୦ ଏମ୍ବିଏ ଓ ଇଞ୍ଜିନିୟରିଂ ଡିଗ୍ରିଧାରୀ ଯୁବକ

Advertisment
ଦେଶରେ ଉତ୍କଟ ବେକାରୀ ସମସ୍ୟା : ଚେନ୍ନାଇରେ ୫୦ ପାର୍କିଂ ଆଟେଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କଲେ ୧,୫୦୦ ଏମ୍ବିଏ ଓ ଇଞ୍ଜିନିୟରିଂ ଡିଗ୍ରିଧାରୀ ଯୁବକ

NDTV

କନକ ବ୍ୟୁରୋ : ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ କୌଣସି ପ୍ରକାରର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ନହୋଇ ପାରିବା ଘଟଣା ଏବେ ଦେଶର ଉଚ୍ଚ ଶିକ୍ଷିତ ବର୍ଗ ଆଖିରୁ ନିଦ ହଜାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଚେନ୍ନାଇ କର୍ପୋରେସନ ପକ୍ଷରୁ ୫୦ଟି ପାର୍କିଂ ଆଟେଣ୍ଡାଣ୍ଟ (ସହାୟକ) ପଦବୀ ପାଇଁ ୧୫୦୦ରୁ ଅଧିକ ଏମ୍‌ବିଏ ଓ ଇଞ୍ଜିନିୟରିଂ ଡିଗ୍ରିଧାରୀ ଯୁବକ ଆବେଦନ କରିବା ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି ।

ପୂର୍ବରୁ ଏହି ପଦବୀରେ ମାସିକ ୧୮,୦୦୦ ଟଙ୍କର ବେତନରେ ଚାକିରି କରୁଥିବା ଏସ୍‌. ଆଦିତ୍ୟ ନାମକ ୨୧ ବର୍ଷୀୟ ଜଣେ ଯୁବକ କହନ୍ତି ଯେ ୧୦ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଯେ କୌଣସି ଯୁବକ ଏହି ପଦବୀରେ ନିଯୁକ୍ତ ହୋଇ ସୁଚାରୁ ରୂପେ କାର୍ଯ୍ୟ ସଂପାଦନ କରିପାରିବ । ହେଲେ, ଆମପରି ଇଞ୍ଜିନିୟରିଂ ଓ ଏମ୍‌ବିଏ ଡିଗ୍ରିଧାରୀ ଯୁବକମାନଙ୍କ ପାଇଁ କୌଣସି ଚାକିରି ଉପଲବ୍ଧ ନାହିଁ । ଏପରିକି ମାସିକ ୧୦,୦୦୦ ଟଙ୍କା ବେତନରେ ମଧ୍ୟ ଚାକିରି ମିଳୁନାହିଁ । ତେଣୁ, ପଦବୀ ବା ବେତନକୁ ଦେଖି ନୁହେଁ ବରଂ ପରିସ୍ଥିତି ଓ ଆବଶ୍ୟକତାକୁ ଦେଖି ଚାକିରି କରିବାକୁ ପଡୁଛି । ବେଳେ ବେଳେ ଛୋଟ ଛୋଟ ପଦବୀରେ ଚାକିରି କଲାବେଳେ ପ୍ରକୃତ ଶିକ୍ଷାଗତ ଯୋଗ୍ୟତାକୁ ଅନ୍ଧାର ଭିତରେ ଲୁଚାଇ ରଖିବାକୁ ପଡ଼ୁଛି ବୋଲି କହିଛନ୍ତି ଆଦିତ୍ୟ ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତବର୍ଷ ତାମିଲନାଡ଼ୁ ବିଧାନସଭାର ୧୪ଟି ଝାଡ଼ୁଦାର ପଦବୀ ନିମନ୍ତେ ବାହାରିଥିବା ବିଜ୍ଞାପନକୁ ଦେଖିବା ପରେ ଏହି ପଦବୀରେ ନିଯୁକ୍ତି ପାଇଁ ୪,୬୦୦ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ରଙ୍କ ସମେତ ଗବେଷଣାରତ ଛାତ୍ର ଆବେଦନ କରିବା ଘଟଣା ଦେଶବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe