ତାଲାବନ୍ଦ ବେଳେ ହଜିଗଲା ମାନବିକତା, ମରିଗଲା ମଣିଷପଣିଆ : କରୋନା ଭୟରେ ଶବଦାହ ପାଇଁ କାନ୍ଧଦେଲେ ନାହିଁ ଗ୍ରାମବାସୀ, ୧୨ ଘଣ୍ଟା ହେଲା ଘର ବାହାରେ ପଡିଛି ମୃତଦେହ 

821

କନକ ବ୍ୟୁରୋ : ଲକଡାଉନରେ ହଜିଗଲା ମାନବିକତା ।  କରୋନା ଭୟରେ ମୃତଦେହକୁ କାନ୍ଧଦେବାକୁ ଆସିଲେନି ଗାଁ ଲୋକେ ।  ଭୂତାଣୁ ଭୟ ଭିତରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା  ସିମୁଳିଆ ଥାନା ଜାମୁଝିଡି ପଂଚାୟତ ଖଟନଗର ଗାଁରେ ।  ଗତ ୩୦ ତାରିଖରେ ଏହି  ଗାଁର  ଜଣେ ବ୍ୟକ୍ତି କୋଲକାତାରୁ ଆସିଥିଲେ ।  ପରେ ଅସୁସ୍ଥ ହେବାକୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ ଗାଁ ଲୋକେ ଏକ ଆମ୍ବୁଲାନ୍ସରେ  ନିଜ ଗାଁକୁ ଆସିଥିଲେ ।  ହେଲେ ଗାଁଲୋକେ କରୋନା ଭୟରେ  କେହି ମୃତଦେହ ପାଖକୁ ଆସିନଥିଲେ ।  ଫଳରେ ଗତକାଲିଠାରୁ  ମୃତଦେହ ଘର ବାହାରେ ପଡିଛି । ମୃତ ବ୍ୟକ୍ତିଙ୍କ ପିଲାମାନେ ଛୋଟ ହୋଇଥିବାରୁ  ମୃତଦେହ ପାଖରେ ବସି କାନ୍ଦିବା ଛଡା ତାଙ୍କ ପାଖରେ କିଛି  ବିକଳ୍ପ ନାହିଁ  । ଆଉ ଗାଁ ଲୋକେ ତାଟି କବାଟ  ପକାଇ ଗାଁ ଭିତରେ ଅଛନ୍ତି ।