ବାଣ ବିକ୍ରି ଉପରେ ବ୍ୟାନ୍ ! ରାଜଧାନୀ ଦିଲ୍ଲୀର ଏନସିଆର ଅଂଚଳରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ନଭେମ୍ବର ୧ପର୍ଯ୍ୟନ୍ତ କଟକଣା ବଳବତ୍ତର

42

କନକ ବ୍ୟୁରୋ : ଚଳିତ ବର୍ଷ ଦିଲ୍ଲୀ ଏନସିଆରରେ ପାଳିତ ହେବ ନୀରବ ଦୀପାବଳି । କାରଣ ନଭେମ୍ବର ୧ ତାରିଖ ଯାଏଁ ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଦୀପାବଳିପୂର୍ବରୁ ଏଠାରେ ବାଣ ବିକ୍ରି ହୋଇପାରିବ ନାହିଁ ।

ଏହା ସହ ବାଣ ବିକ୍ରି ଲାଗି ଦିଲ୍ଲୀ ପୋଲିସ୍ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ଲାଇସେନ୍ସକୁ ବାତିଲ କରିଛନ୍ତି ସୁପ୍ରିମକୋର୍ଟ । ତେବେ ବାଣ ବିକ୍ରି ବନ୍ଦ ହେଲେ ଚଳିତ ଦିପାବଳୀରେ ପ୍ରଦୂଷଣ ଉପରେ କଣ ପ୍ରଭାବ ରହୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀ-ଏନସିଆରରେ ବାଣ ବିକ୍ରୀ ଉପରେ ଲାଗିଥିବା ବ୍ୟାନ ଜାରି ରହିବ । ୨୦୧୬ରେ ଦିଲ୍ଲୀ ସରରକାର ଏହି ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଦୀପାବଳୀ ପୂର୍ବରୁ ଦିଲ୍ଲୀ-ଏନସିଆରରେ ବାଣ ବିକ୍ରୀ ହେବ ନାହିଁ ।

ସୁପ୍ରିମକୋର୍ଟ ନଭେମ୍ବର ୧ ତାରିଖ ଯାଏଁ ବାଣ ବିକ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତିଅର୍ଥାତ ନଭେମ୍ବର ୧ ପରେ ହିଁ ଦିଲ୍ଲୀରେ ବାଣ ବିକ୍ରୀ ହୋଇପାରିବ । ଗତବର୍ଷ ବାଣ ବିକ୍ରୀ ବନ୍ଦ କରିବାକୁ କିଛି ନାବାଳକ ସୁପ୍ରିମକୋର୍ଟ ଯାଇଥିଲେ । ଏଥିରେ ଦଶହରା ଓ ଦୀପାବଳୀରେ ବାଣ ବିକ୍ରୀ ଉପରେ ବ୍ୟାନ ଲଗାଇବା ପାଇଁ ସେମାନେ ଆବେଦନ କରିଥିଲେ ।