କନକ ବ୍ୟୁରୋ : ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ଆଉ କୌଣସି ଭୟ କରିବାର ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଓୟୁଏଟିସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଓୟୁଏଟି କୁକୁଡ଼ା ଫାର୍ମ ଓ ଏହାର ୧କି.ମି ବ୍ୟାସାର୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକକୁ ମାରି ପୋତି ଦିଆଯାଇଛି। ଏହାସହ ଅଣ୍ଡା ଓ କୁକୁଡ଼ା ଖାଦ୍ୟ ମଧ୍ୟ ନଷ୍ଟ କରି ଦିଆଯାଇଛି । ଫାର୍ମ ୧କି.ମି ବ୍ୟବଧାନ ଭିତରେ ବିଶୋଧକ ପ୍ରୟୋଗ କରାଯାଇଛି ।
ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ୍ କରି ଦିଆଯିବା ସହିତ ଖୋର୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ତରଫରୁ ଚଳିତ ମାସ ୪ତାରିଖରେ ‘ଜୀବାଣୁମକ୍ତ’ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହାସହ ଗତମାସ ୨୮ତାରିଖରୁ ଏ ପର୍ଯ୍ୟନ୍ତ ଓୟୁଏଟି କୁକୁଡ଼ା ଫାର୍ମର ୧କି.ମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡ଼ା ଓ କୁକ୍କୁଟଜାତୀୟ ପକ୍ଷୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇନାହିଁ। ତେଣୁ ଲୋକମାନେ ଆଶଙ୍କାଗ୍ରସ୍ତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ସମସ୍ୟା ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Poultry-Farming.jpg)