କନକ ବ୍ୟୁରୋ : ଗଞ୍ଜାମରେ ସମସ୍ତ ସରକାରୀ ଅଫିସକୁ ଲୋକଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛି ଜିଲ୍ଲା ପ୍ରଶାସନ । ୧୦ ଦିନ ପାଇଁ ଏହି କଟକଣା ଜାରି କରାଯାଇଛି । ଜିଲ୍ଲାପାଳ ଟ୍ୱଟ କରି ଏହି ସୂଚନା ଦେଇଛନ୍ତି । ଗଞ୍ଜାମଜିଲ୍ଲାରେ କିଛି ବରିଷ୍ଠ ସରକାରୀ ଅଧିକାରୀ କରୋନା ଆକ୍ରାନ୍ତ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । ରାଜ୍ୟର ସର୍ବାଧିକ କରୋନା ଆକ୍ରନ୍ତା ଗଞ୍ଜାମରେ ଚିହ୍ନିଟ ହୋଇଛନ୍ତି ।

Advertisment

ଗଞ୍ଜାମ ଜିଲ୍ଲାରେ ବର୍ତମାନ ସୁଦ୍ଧା ୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଜଣ ପ୍ରାଣ ହରାଇଲେଣି । ଆକ୍ରାନ୍ତଙ୍କ ମଧ୍ୟରୁ ୬୮୯ ସୁସ୍ଥ ହୋଇସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ବ୍ରହ୍ମପୁରରେ ୧୬ ଘଂଟିଆ ସଟଡାଉନ ବି ଲାଗୁ ହୋଇଛି । ସକାଳୁ ୭ଟାରୁ ଦିନ ୧୨ଟା ଯାଏଁ ସହରରେ କଟକଣାକୁ କୋହଳ କରାଯାଇଛି ।

ସେପଟେ କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିଦ୍ଦିଷ୍ଟ କାଳ ପାଇଁ ସଟଡାଉନ । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗିବାଡିକୁ ସଟଡାଉନ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ସରପଂଚ ଏଭଳି ପଦକ୍ଷେପ ନେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ବହୁ ଲୋକଙ୍କ ସଂଶସ୍ପର୍ଶରେ ଆସିଥିବାରୁ କରୋନା ସଂକ୍ରମଣ ବଢିବା ଆଶଙ୍କାରେ ପଂଚାୟତକୁ ଅନିଦ୍ଦିଷ୍ଟ କାଳ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏନେଇ ମାଇକ ଯୋଗେ ସ୍ଥାନୀୟ ଅଂଚଳରେ ପ୍ରଚାର କରାଯାଇଛି । କେବେଳ ମେଡିସିନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।