କନକ ବ୍ୟୁରୋ : ଆଗମନକାରୀଙ୍କୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନ ମନା । କରୋନା କାୟା ବିସ୍ତାରକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏପରି କଟକଣା ଜାରି କରିଛନ୍ତି । ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଜାରି ହୋଇଛି । ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡିକ ଅଚଳ ହୋଇଯାଇଛି । କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ , ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଠାକୁ ଲୋକଙ୍କ ଯିବା ଆସିବା ରହୁଥିବାରୁ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମାର୍ଚ୍ଚ ମାସରେ ଯେତେବେଳେ କରୋନା ସଂକ୍ରମଣ ରାଜ୍ୟରେ ଦେଖା ଦେଇଥିଲା ସେତେବେଳେ ମଧ୍ୟ ସମାନ କଟକଣା ଲାଗୁ ହୋଇଥିଲା । ପରେ ଏଥିରେ କିଛିଟା କୋହଳ କରାଯାଇଥିଲା । ଏବେ ସଂକ୍ରମଣ ପୁଣି ବଢୁଥିବାରୁ ଲୋକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/13-1.jpg)