ଅନ୍ଧାରରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ : ରାଜଧାନୀରେ କେନ୍ଦ୍ରସ୍ଥଳରେ ଥାଇ ବି ଦିଆଯାଉନି ବିଦ୍ୟୁତ୍ ସଂଯୋଗ,ଜଣାଇବାକୁ ଯିବାରୁ ସେସୁ କର୍ମଚାରୀ ଦୁର୍ବ୍ୟବହାର କରୁଥିବା ଅଭିଯୋଗ

84
କନକ ବ୍ୟୁରୋ : ବାତ୍ୟା ଫୋନିର ୧୦ଦିନ ପରେ ବି ଅନ୍ଧାରରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ  । ରାଜଧାନୀର କେନ୍ଦ୍ରସ୍ଥଳରେ ଥାଇ ବି ଦିଆଯାଉନି ବିଦ୍ୟୁତ୍ ସଂଯୋଗ । ଅନ୍ଧାରରେ ରହି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ବିଦ୍ୟାଳୟ ପରିସରରେ ରହୁଥିବା ଶିକ୍ଷକ ଓ କର୍ମଚାରୀ । ବିଦ୍ୟାଳୟର ଅଧ୍ୟାପକମାନେ  ବିଦ୍ୟୁତ୍ ସଂଯୋଗ ଦେବାକୁ ସେସୁ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବାରୁ ସେମାନଙ୍କୁ ସେସୁ କର୍ମଚାରୀ ଦୁବ୍ୟବହାର କରୁଥିବା  ଅଭିଯୋଗ ହୋଇଛି ।
ବାତ୍ୟା ପରେ ନିକଟରେ ଥିବା ମଠ ଓ ଅନ୍ୟ ସ୍ଥାନକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ବିଦ୍ୟାଳୟକୁ ଜାଣିଶୁଣି ଲାଇନ୍ ଦିଆଯାଇନି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ । ତେବେ ଗ୍ରୀଷ୍ମକାଳୀନ ଅବକାଶ ହୋଇଥିବାରୁ ସୌଭାଗ୍ୟବଶତଃ ଏହି ସ୍କୁଲରେ ରହୁଥିବା ଅନ୍ତେବାସୀମାନେ କଷ୍ଟ ଦାଉରୁ ବର୍ତ୍ତି ଯାଇଛନ୍ତି ।