ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ କରି ଦେଶବ୍ୟାପୀ ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ : ବନ୍ଦ ରହିବ ଓପିଡ଼ି, ସ୍ୱାଭାବିକ ରହିବ ଜରୁରୀକାଳୀନ ସେବା

197

କନକ ବ୍ୟୁରୋ : ଭାରତୀୟ ଡାକ୍ତରୀ ସଂଘର ଦେଶବ୍ୟାପୀ ୨୪ ଘଣ୍ଟିଆ ଆନ୍ଦୋଳନ । ଲୋକସଭାରେ ଅନୁମୋଦିତ ହୋଇଥିବା ନେସନାଲ୍ ମେଡିକାଲ୍ କମିସନର ବିଲ୍, ୨୦୧୯କୁ ବିରୋଧ କରି ବୁଧବାର ସକାଳ ୬ଟରୁ ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ଯାଏଁ ଜାରି ରହିବ । ୩ ଲକ୍ଷ ଡାକ୍ତର କାମ ବନ୍ଦ କରି ଧାରଣା ଓ ପ୍ରଦର୍ଶନକୁ ଓହ୍ଲାଇଛନ୍ତି । ଫଳରେ ଓପିଡ଼ି ଗୁଡ଼ିକ ବନ୍ଦ ହେବାରୁ ରୋଗୀ ଚିକିତ୍ସା ବ୍ୟାପକ ପ୍ରଭାବିତ ହେବ । ତେବେ ଏହି ଧର୍ମଘଟରେ ଜରୁରୀକାଳୀନ, କାଜୁଆଲଟି, ଆଇସିୟୁ ଏବଂ ଏ ସଂକ୍ରାନ୍ତ ସେବା ସ୍ୱାଭାବିକ ଭାବେ ଚାଲିବ।

ସଂଘର ୱେବସାଇଟ୍ ଅନୁସାରେ, ଗତକାଲି ଲୋକସଭା କଠୋର ଏନ୍‌ଏମ୍‌ସି ବିଲ୍କୁ ଅନୁମୋଦନ କରିଛି । ନ୍ୟାସନାଲ୍ ମେଡିକାଲ୍ କମିସନ୍ ବିଲ୍ ୨୦୧୯ ଭଳି ଅଗଣତାନ୍ତ୍ରିକ ବିଲ୍କୁ ଅନୁମୋଦନ କରି ଗଣତାନ୍ତ୍ରିକ ନିମ୍ନସଦନ ଦେଶର ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଶିକ୍ଷାକୁ ଅନ୍ଧକାର ମଧ୍ୟରେ ଫିଙ୍ଗି ଦେଇଛି । ଏହାକୁ ପ୍ରତିବାଦ କରି ଆଇଏମ୍ଏ ମୁଖ୍ୟାଳୟ ୨୪ ଘଣ୍ଟିଆ ଜରୁରୀ ନ ଥିବା ଡାକ୍ତରୀ ସେବା ପ୍ରତ୍ୟାହାର କରିଛି ।

କ’ଣ ଏହି ବିଲ୍ ?
ଭାରରରେ ଏବେ ସୁଦ୍ଧା ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ ଅନ୍ତର୍ଗତ ଆସୁଥିଲା ମେଡ଼ିକାଲ ଶିକ୍ଷା, ମେଡ଼ିକାଲ ସଂସ୍ଥାନ ଓ ଡାକ୍ତରଙ୍କ ରେଜଷ୍ଟ୍ରେସନ୍ ସମ୍ମନ୍ଧିତ ସମସ୍ତ କାମ । ହେଲେ ଏହି ବିଲ୍ ପାସ ହେବାପରେ ଏମବିବିଏସ୍ ପାସ୍ କରିବା ପରେ ଅଭ୍ୟାସ ପାଇଁ ଏକଜିଟ୍ ଟେଷ୍ଟ ଦେବାକୁ ପଡ଼ିବ । ବର୍ତ୍ତମାନ କେବଳ ବିଦେଶରୁ ମେଡ଼ିକାଲ ପାଠ ପଢ଼ିଆସୁଥିବା ଛାତ୍ର ମାନେ ହିଁ ଏକଜିଟ୍ ଟେଷ୍ଟ ଦେଉଛନ୍ତି । ଅନ୍ୟପଟେ ଏନଏମସି ବିଲ ସେକ୍ସନ ୩୨ରେ ୩.୫ ଲକ୍ଷ ଡାକ୍ତରୀ ଅଭିଜ୍ଞନା ନଥିବା ବ୍ୟକ୍ତିଙ୍କୁ ଲାଇସେନ୍ସ ଦେଇ ସମସ୍ତ ପ୍ରକାର ଔଷଧ ଲେଖିବା ପାଇଁ ଅଧିକାର ଦିଆଯାଇଛି, ଯାହାର କଡ଼ା ପ୍ରତିବାଦ କରୁଛି ଡାକ୍ତର ସଂଘ ।