ଗଙ୍ଗୁଆ ନାଳ ନିକଟରେ ଜମି ଜବରଦଖଲ ଉଚ୍ଛେଦକୁ ବିରୋଧ : ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳ ୭ଟା ୩୦ରୁ ବନ୍ଦ ରହିଛି ନୀତିକାନ୍ତି

330

କନକ ବ୍ୟୁରୋ : ଗଙ୍ଗୁଆ କୂଳରେ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ ହୋଇଛି ।  ଏଥିଲାଗି ପ୍ରଶାସନକୁ ଦାୟୀ କରି ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ନୀତି ବନ୍ଦ କରିଛନ୍ତି । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି ।  ପୂଜାପଣ୍ଡା ନିଯୋଗ ଅଭିଯୋଗ କରିଛି, କିଛି ଲୋକ ମନ୍ଦିର ଜମିକୁ ହଡପ କରିଛନ୍ତି । ନୂଆଁଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଜମିକୁ ଜବରଦଖଲ କରାଯାଇଛି । ସକାଳୁ ଏଯାଏଁ ନୀତିକାନ୍ତି ବନ୍ଦ ରହିଛି । ଏଥିଲାଗି ଲିଙ୍ଗରାଜ ମହାପ୍ରଭୁ ଆଜି ଉପବାସରେ ଅଛନ୍ତି ।

ସୂଚନାଯୋଗ୍ୟ ଏହି ଜମି ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ପ୍ରଶାସନାର ଅବହେଳା ହେତୁ ଜବରଦଖଲ କାମ ବଢ଼ିଚାଲିଛି ଏବଂ ସେମାନଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନା ହିଁ। ଗତକାଲି ଜବରଦଖଲକାରୀମାନେ ମନ୍ଦିରର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କୁ ହତ୍ୟା ଧମକ ଦେଇଥିବା ଜଣାଯାଇଛି ।