ନିଶା ନିବାରଣ ଅଭିଯାନ ମଞ୍ଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ : ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ବିରୋଧ

ନିଶା ନିବାରଣ ଅଭିଯାନ ମଞ୍ଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ : ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ବିରୋଧ

କନକ ବ୍ୟୁରୋ : ନିଶା ନିବାରଣ ଅଭିଯାନ ମଂଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ବିରୋଧ କରିଛି ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବାସଭବନ ଘେରାଓ କରିଛି ମଂଚ । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ମଦକୁ ଅଗ୍ରାଧିକାର ଦେବା ନିନ୍ଦନୀୟ ବୋଲି ମଂଚ ପକ୍ଷରୁ କୁହାଯାଇଛି । ଏହାସହ ମଦକୁ ନେଇ ସରକାରୀ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ମଂଚ । ତେବେ ଦାବି ପ୍ରତ୍ୟାହାର କରାନଗଲେ ବିକ୍ଷୋଭ ଜାରି ରହିବି ବୋଲି ମଂଚ ପକ୍ଷରୁ କୁହାଯାଇଛି ।

ଓଡ଼ିଶାରେ ଗାଁ ଗଣ୍ଡାରେ ନିଶା ନିବାରଣ ନେଇ ଆନ୍ଦୋଳନ ତେଜିଲାଣି। ମହିଳାମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ନବକୃଷ୍ଣ ଚୌଧୁରୀ ସରକାର ସମୟର ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବା ଲାଗି ଦାବି ଜୋର ଧରୁଛି। ହେଲେ ସରକାର ମଦ ଉପରେ କଟକଣା ଜାରି କରିବା ପରିବର୍ତେ ଆୟ ବୃଦ୍ଧି ନିଶାରେ ଅଧିକ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେବାପରେ ଚାରିଆଡ଼େ ବିରୋଧର ସ୍ୱର ତେଜିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe