ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ : ୫-୭.୫ ଲକ୍ଷ ଟଙ୍କାର ଆୟ ଉପରେ ଆୟକର ପରିମାଣ ୧୦%କୁ ହ୍ରାସ

638

କନକ ବ୍ୟୁରୋ : ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପୂର୍ଣ୍ଣାଙ୍ଗ ବଜେଟରେ ଆୟକରରେ ବଡ଼ ରିହାତି ପ୍ରଦାନ କରାଯାଇଛି । ନୂଆ ବଜେଟରେ ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆଶ୍ୱସ୍ତି ଆଣିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରି ସେ ଆୟକର ଛାଡ଼ ସୀମାକୁ ଆହୁରି କୋହଳ କରିଛନ୍ତି । ଏହା ସହିତ ଟିକସ ବ୍ୟବସ୍ଥାକୁ ଆହୁରି ସରଳ କରିବାକୁ ସେ ଘୋଷଣା କରିଛନ୍ତି ।

ପୂର୍ବପରି ୫ ଲକ୍ଷ ଯାଏଁ ଆୟ କରୁଥିବା ବ୍ୟକ୍ତି ଦେବେନି କୌଣସି ଆୟକର । ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ୭ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ଥିଲେ ୧୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ଅନ୍ୟପଟେ ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଆୟକର ଲାଗିବ ଯାହା ପୂର୍ବରୁ ୩୦ ପ୍ରତିଶତ ଥିଲା । ୧୨.୫ ରୁ ୧୫ ଲକ୍ଷ ଆୟ ଉପରେ  ୨୫ ପ୍ରତିଶତ ଆୟକର  ଦେବାକୁ ପଡ଼ିବ। ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଲାଯିବ । ନୂଆ ତିଆରି ହୋଇଥିବା କମ୍ପୀନୀ ଗୁଡ଼ିକ ୧୫ ପ୍ରତିଶତ ଟାକ୍ସ ପ୍ରଦାନ କରିବେ ।