ନିର୍ଭୟା ଗଣଦୁଷ୍କର୍ମ ମାମଲା : ଫାଶୀ ତାରିଖ ସ୍ପଷ୍ଟ ହେବାପରେ ସୁପ୍ରିମକୋର୍ଟରେ ଆଜି କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା ଅଭିଯୁକ୍ତ ବିନୟ

Advertisment
ନିର୍ଭୟା ଗଣଦୁଷ୍କର୍ମ ମାମଲା : ଫାଶୀ ତାରିଖ ସ୍ପଷ୍ଟ ହେବାପରେ ସୁପ୍ରିମକୋର୍ଟରେ ଆଜି କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା ଅଭିଯୁକ୍ତ ବିନୟ

https://zeenews.india.com/

କନକ ବ୍ୟୁରୋ :  ନିର୍ଭୟା ଗଣଦୁଷ୍କର୍ମ ମାମାରେ ସୁପ୍ରମକୋର୍ଟରେ ଦାଖଲ ହେଲା ପ୍ରଥମ କ୍ୟୁରେଟିଭ୍ ପିଟିସନ୍ । ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ଆଜି  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ମୃତ୍ୟୁ ପରୱାନା ବିରୋଧରେ କ୍ୟୁରୋଟିଭ୍ ପିଟିସନ୍ ଦାଖଲ କରିଛି । ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଦୋଷୀ ବିନୟ କୁମାର ଶର୍ମା ପକ୍ଷରୁ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଛି । କେବଳ ଏତିକି ନୁହେଁ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ଗୁହାରୀ ଜଣାଇଛନ୍ତି ଅଭିଯୁକ୍ତ ।

ସୂଚନାଯୋଗ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ନାଁରେ ମଙ୍ଗଳବାର ପଟିଆଲା ହାଉସ୍ କୋର୍ଟରେ ଜାରି ହୋଇସାରିଛି ମୃତ୍ୟୁ ପରୱାନା । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ନିଷ୍ପତ୍ତି ମଧ୍ୟ ନିଆସରିଛି । ଆଉ ସେହିଦିନ ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ କହିଥିଲେ, ନିଷ୍ପତ୍ତିବିରୋଧରେ ସେ ସୁପ୍ରିମକୋର୍ଟରେ ଦିନେ ଦୁଇ ଦିନ ମଧ୍ୟରେ କ୍ୟୁରେଟିଭ ପିଟିସନ୍ ଦାଖଲ କରିବେ । ଏପରିସ୍ଥଳେ ସୁପ୍ରିମକୋର୍ଟରେ ଆଜି କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା ଅଭିଯୁକ୍ତ ବିନୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe