କ’ଣ ରହିଛି ନିର୍ଭୟା ଦୋଷୀଙ୍କ ଶେଷ ଇଛା : ପଚାରି ବୁଝିଲେ ତିହାର ଜେଲ୍ କର୍ତ୍ତୃପକ୍ଷ, ଫାଶୀ ଆଗରୁ ଶେଷ ଥର ପରିବାର ଲୋକଙ୍କୁ ଭେଟିବା ପାଇଁ ତାରିଖ ଠିକ୍ କରିବାକୁ ନିର୍ଦ୍ଦେଶ

952

କନକ ବ୍ୟୁରୋ : ନିକଟତର ହେଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଏହା ପୂର୍ବରୁ ଦୋଷୀଙ୍କୁ ସେମାନଙ୍କ ଶେଷ ଇଛା କଣ ବୋଲି ପଚାରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଫାଶୀ ପୂର୍ବରୁ ୪ ଦୋଷୀ ସେମାନଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ କେଉଁ ତାରିଖରେ ଦୋଷୀ ମାନେ ପରିବାର ସଦସ୍ୟଙ୍କୁ ଭେଟିବେ ସେ ନେଇ ତାରିଖ ଠିକ କରିବାକୁ ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଏହା ପୂର୍ବରୁ ମୁକେଶ ଓ ପବନ ସେମାନଙ୍କ ପରିବାରେ ସଦସ୍ୟଙ୍କୁ ଭେଟି ସାରିଛନ୍ତି ।

ଅନ୍ୟପଟେ ଅଭୟ ଓ ବିନୟଙ୍କୁ ପରିବାର ଲୋକଙ୍କୁ ଶେଷ ସାକ୍ଷାତ କରିବା ପାଇଁ କୁହାଯାଇଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲ ହାଉସ କୋର୍ଟ ପୁଣି ଥରେ ଡେଥ ୱାରେଣ୍ଟ ଜାରି କରିଥିଲେ । ନୂଆ ଡେଟ୍ ୱାରେଣ୍ଟ ଅନୁସାରେ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ ।