ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତି ଆରମ୍ଭ : ନିର୍ଭୟା ଦୋଷୀଙ୍କୁ ନୋଟିସ ଜାରି, ଫାଶୀ ପୂର୍ବରୁ ନରରାକ୍ଷସଙ୍କୁ ପଚରାଗଲା ଶେଷ ଇଚ୍ଛା

4,395

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ଭିତରେ ନିର୍ଭୟା ଦୋଷୀଙ୍କୁ ଶେଷ ଇଚ୍ଛା ପ୍ରଚାରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଦୋଷୀଙ୍କ ଶେଷ ଇଚ୍ଛା ନେଇ ନୋଟିସ ଜାରି କରିବା ସହ ସେମାନଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି ଜେଲ କର୍ତ୍ତୃପକ୍ଷ । ଫାଶୀ ଦଣ୍ଡାଦେଶ ପୂର୍ବରୁ ଦୋଷୀଙ୍କ ଶେଷ ଇଚ୍ଛା ବିଷୟରେ ପ୍ରଚାର ଯାଇ ତାଙ୍କ ଶେଷ ଇଚ୍ଛା ପୂରଣ
ମଧ୍ୟ କରାଯିବାର ନିୟମ ରହିଛି ।

ଫେବୃୟାରୀ ୧ ତାରିଖ ପୂର୍ବରୁ ଦୋଷୀ ନିଜ ସର୍ମ୍ପକୀୟ କି ଅନ୍ୟ କାହାକୁ ଦେଖା କରିବାକୁ ଚାହୁଁଛନ୍ତି ବୋଲି ପ୍ରଚାରିଛନ୍ତି ଜେଲ ପ୍ରଶାସନ । ଦୋଷୀଙ୍କ ନାଁରେ ଯଦି କୌଣସି ବ୍ୟାଙ୍କରେ ଟଙ୍କା ଜମା ହୋଇଥିବ ତାକୁ ଅନ୍ୟ କାହାକୁ ଟାନ୍ସଫର କରାଯିବ କି ? ତାଙ୍କ ଧନ ତ୍ତିକୁ ଅନ୍ୟ କାହା ନାଁରେ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ପ୍ରଚାର କରାଯାଇଛି । ଏହା ସହ ମୃତ୍ୟୁ ପୂର୍ବରୁ ଦୋଷୀ ଧାର୍ମିକ ବହି ପଢ଼ିବାକୁ ଚାହୁଛନ୍ତି କି ବୋଲି ପ୍ରଶ୍ନ ପ୍ରଚାରିଛନ୍ତି ଜେଲ କର୍ତ୍ତୃପକ୍ଷ ।

ସେପଟେ ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଆଉ ଯେପରି ନଟଳିବ ସେଥିପାଇଁ କେନ୍ଦ୍ର ସରକାର ଲାଗିପଡ଼ିଛି । ଏଥିପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଆବେଦନ କରାଯାଇଛି  । ମନ୍ତ୍ରାଳୟର ଯୁକ୍ତି ହେଲା, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା  । ଏହି ଘଟଣାରେ ଦୋଷୀ କ୍ଷମା ପାଇଁ ପୁନଃ ଆବେଦନ କରିବା, କ୍ୟୁରେଟିଭ ପିଟିସନ ଦାଖଲ କରିବା ଦ୍ୱାରା ଫାଶୀ ତାରିଖ ଘୁଂଚି ଘୁଂଚି ଯାଉଛି । ବାହାନା ଦେଖାଇ ପାଶି ତାରିଖ ଘୁଂଚାଇବାକୁୁ ବାରମ୍ବାର ଆବେଦନ କରୁଛନ୍ତି ଦୋଷୀ ।

ତେଣୁ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ମଧ୍ୟ ତାରିଖ ପରେ ତାରିଖ ଗଡିଯାଉଛି କିନ୍ତୁ ଦୋଷୀ ଫାଶୀ ପାଉନାହାନ୍ତି । ତେଣୁ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀଙ୍କ ପାଇଁ ମୃତ୍ୟୁର ପରୱାନା ଜାରି ହେବାର ୭ ଦିନର ସମୟ ସୀମା ମଧ୍ୟରେ ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଆବେଦନରେ ଦର୍ଶାଇଛି ଗୃହ ମନ୍ତ୍ରାଳୟ । ପୁନଃ ଆବେଦନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନ ପାଇଁ ସମୟସୀମା ରଖିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି କୁହାଯାଇଛି ।