ମାର୍ଚ୍ଚ ୨୦ ରେ ମିଳିବ ଫାଶୀ : ସକାଳ ୫.୩୦ରେ ଦୋଷୀଙ୍କୁ ଦିଆଯିବ ଫାଶୀ ଦଣ୍ଡ, ୪ର୍ଥ ଥର ପାଇଁ ଫାଶୀର ତାରିଖ ଘୋଷଣା କଲେ ପଟିୟାଲା ହାଉସ କୋର୍ଟ

672

କନକ ବ୍ୟୁରୋ : ସମସ୍ତ ବିକଳ୍ପ ସରିଛି । ଆଉ ତ୍ରାହି ପାଇବେନି ନିର୍ଭୟା ସୈତାନ୍ ।  ଯୌନପିଶାଚଙ୍କ ପାଇଁ ଆସିଛି ମୃତ୍ୟୁର ପରୱାନା ଆସିଛି । ଦୋଷୀଙ୍କ ଶେଷ ଠିକଣା ଫାଶୀ । ନିର୍ଭୟା ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ନୂଆ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ପଟିଆଲା ହାଉସ କୋର୍ଟ ପକ୍ଷରୁ ଗୁରୁବାର ଦୋଷୀଙ୍କ ଫାଶୀ ଲାଗି ଚତୁର୍ଥ ଥର ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି ।  ଦୋଷୀଙ୍କ ପାଖରେ ସମସ୍ତ ବିଳକ୍ପ ଶେଷ ହାଇଛି । ନୂଆ ଡେଥ୍ ୱାରେଣ୍ଟଜ ଜାରି ହେବାପରେ ନିର୍ଭୟାଙ୍କ ପରିବାର ଲୋକ ଖୁସି ବ୍ୟକ୍ତ କରିଛି । ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟଙ୍କ ରାୟରେ ଅସନ୍ତୋଷ ଜାହିର କରିଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବାଟ ନାହିଁ । ସବୁ ବିକଳ୍ପକୁ ଖୁବ୍ ଭଲଭାବେ ବ୍ୟବହାର କରିଥିବା ଦୋଷୀ ଏବେ ଫାଶୀଖୁଣ୍ଟରେ ଝୁଲିବେ । ଆଉ ବଞ୍ଚିବାର ବାଟ ନାହିଁ । ଚତୁର୍ଥ ଥର ପାଇଁ ନରପିଶାଚଙ୍କ ପାଇଁ ଜାରି ହେଲା ଡେଥ୍ ୱାରେଣ୍ଟ୍ । ପୂପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଏବେ ଚାରି ଦୋଷୀଙ୍କ ପାଖରେ କୌଣସି ଲାଇଫଲାଇନ୍ ନାହିଁ । ତେଣୁ ଦୋଷୀ ଫାଶୀ ପାଇବା ରାସ୍ତା ସଫା ହୋଇଛି ।

ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ହୋଇପାରିନଥିଲା । ଏହି ରାଜକ୍ଷମା ଆବେଦନ ଖାରଜ ହେବା ପରେ ନୂଆ ଡେଥ ଓ୍ଵାରେଣ୍ଟ ପାଇଁ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ ।

ନଆ ଡେଥ୍ ୱାରେଣ୍ଟ୍ ଜାରି ହେବା ପରେ ବୟାନ ଦେଇଛନ୍ତି ନିର୍ଭୟା ମା’ । ଦୋଷୀଙ୍କୁ ଫାଶୀ ନମିଳିବା ଯାଏଁ ଲଢେଇ କରିବି । କୋର୍ଟ ୪ର୍ଥ ଥର ପାଇଁ ଫାଶୀ ଲାଗି ତାରିଖ ଧାର୍ୟ୍ୟ କରିଛନ୍ତି । ଆଶା କରୁଛି ଚଳିତ ଥର ଦୋଷୀଙ୍କୁ ନିଶ୍ଚିତ ଫାଶୀ ହେବ । ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଆଉ କେତେ ଥର ଫାଶୀ ଦିଆଯିବ । ସେମାନେ କ’ଣ ଆତଙ୍କବାଦୀ । ଅଭିଯୁକ୍ତମାନେ ଶିକ୍ଷିତ ଯୁବକ । ପାଠି ପଢ଼ିଛନ୍ତି । ତାଙ୍କୁ ଆତଙ୍କବାଦୀ ପରି ବ୍ୟବହାର କରାଯିବା ଠିକ୍ ନୁହେଁ ।