ଫାଶୀରୁ ବଞ୍ଚିବାକୁ ସୈତାନର ଆଉ ଏକ ଚାଲ୍ : ପଟିଆଲା କୋର୍ଟରେ ଅଭିଯୁକ୍ତଙ୍କ ଓକିଲ କହିଲେ, ବିନୟ ଶର୍ମାର ମାନସିକ ସ୍ଥିତି ଠିକ୍ ନାହିଁ, ତୁରନ୍ତ ମେଡ଼ିକାଲ ପଠାଯାଉ

1,604

କନକ ବ୍ୟୁରୋ : ଫାଶୀ ଟାଳିବାକୁ ପେଞ୍ଚ । ଫାଶୀରୁ ରକ୍ଷା ପାଇବାକୁ ଗୋଟିଏ ପରେ ଗୋଟିଏ ଉପାୟ ଆପଣାଉଛନ୍ତି ନିର୍ଭୟା ନରପିଶାଚ । ଫାଶୀ ଦିଆଯିବା ନେଇ ଦୁଇ ଦୁଇ ଥର ତାରିଖ ଧାର୍ଯ୍ୟ କରାଯିବା ପରେ ୪ଜଣ ଦୋଷୀଙ୍କ ଓକିଲ ନୂଆ ନୂଆ ଆଇନଗତ ପେଞ୍ଚ ଆପଣାଇ ଫାଶୀକୁ ଅଟକାଇଛନ୍ତି । ଏବେ ମାର୍ଚ୍ଚ ୩ରେ ଫାଶୀ ଦିଆଯିବା ନେଇ ଦିଲ୍ଲୀ ପାଟିଆଲା ହାଉସ୍ ଅଦାଲତ ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ରୋକିବା ପାଇଁ ଆଉ ଏକ ଚାଲ୍ ଖେଳିଛନ୍ତି ଦୋଷୀ ବିନୟ ଶର୍ମାର ଓକିଲ ଏ ପି ସିଂହ ।

ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଦଣ୍ଡରୁ ବଞ୍ଚବାକୁ ଅଭିଯୁକ୍ତର ଆପ୍ରାଣ ଉଦ୍ୟମ । ନିର୍ଭୟା ଅଭିଯୁକ୍ତର ଓକିଲ ଏପି ସିଂହ ପଟିଆଲା କୋର୍ଟରେ ନୂଆ ପିଟିସନ୍ ଦାଖଲ କରିଛନ୍ତି ।  ନିର୍ଭୟା ଅଭିଯୁକ୍ତ ବିନୟର ମାନସିକ ସ୍ଥିତି ଠିକ୍ ନାହିଁ । ମାନସିକ ରୂପରେ ନିର୍ଯାତିତ ହେବାପରେ ବିନୟ ମାନସିକ ସନ୍ତୁଳିନ ହରାଇଛି । ଅଭିଯୁକ୍ତକୁ ତୁରନ୍ତ ମେଡ଼କାରେ ଭର୍ତ୍ତି କରାଯାଉ । ଏ ସମ୍ପର୍କରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ମଗାଯାଉ ବୋଲି ପିିଟିସନ ଦାଖଲ କରିଛନ୍ତି  ବିନୟ ଶର୍ମାଙ୍କ ଓକିଲ ।

ଆଜି ଗୋଟିଏ ଦିନରେ ଫାଶୀରୁ ମୁକ୍ତି ପାଇବା ପାଇଁ ଦୁଇ ଦୁଇ ଥର ପ୍ରୟାସ କରିଛି ଅଭିଯୁକ୍ତ ବିନୟ । ଏହାପୂର୍ବରୁ ନିର୍ବାଚନ କମିସନଙ୍କ ନିକଟରେ ପିଟିସନ୍ ଦାଖଲ ହୋଇଥିଲା । ବିନୟ ଶର୍ମାର ରାଜକ୍ଷମାର ଆବେଦନ ଖାରଜ କରିବା ଅସାମ୍ବିଧାନିକ । ନିର୍ବାଚନର ଆଦର୍ଶ ଆଚରଣ ବିଧି ଲାଗୁ ପତ୍ର ହୋଇଥିବା ସମୟରେ ପରେ ମନୀଷ ସିସୋଦିଆ ଆବେଦନକୁ ଖାରଜ କରି ଦେଇଥିଲେ । ସେ ସମୟରେ ମନୀଷ ସିସୋଦିଆ ନା ବିଧାୟକ ଥିଲେ ନା ଦିଲ୍ଲୀ ସରକାରଙ୍କ ଗୃହମନ୍ତ୍ରୀ । ଏଭଳି ପରିସ୍ଥିତିରେ ତାଙ୍କର ରାଜକ୍ଷମା ଆବେଦନ ଖାରଜ ଲାଗି ସୁପାରିସ କରିବାର କୌଣସି ଅଧିକାର ନଥିଲା  ବୋଲି ଯୁକ୍ତି ବାଢ଼ିଥିଲେ ଅଭିଯୁକ୍ତର ଓକିଲ ।

ଅନ୍ୟପଟେ ଗତ ୧୬ତାରିଖରେ ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲା ବିନୟ । ପୂର୍ବରୁ ମଧ୍ୟ ବିନୟ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ଦର୍ଶାଇ ତାକୁ ପୁଣି ଜେଲକୁ ପଠାଇ ଦେଇଥିଲେ ଡାକ୍ତର । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀ ଦେବାକୁ ସୋମବାର ଡେଥ୍ ୱାରେଂଟ ଜାରି କରିଛନ୍ତି କୋର୍ଟ । ଆଉ ଫାଶୀରେ ଝୁଲିବା ପୂର୍ବରୁ ଏଭଳି ଉଦ୍ୟମ କରିଛି ବିନୟ । ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ରାମସିଂ ଆତ୍ମହତ୍ୟା କରିସାରିଛି ।