ବେଶ ବଦଳାଇଲେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ! ଲଣ୍ଡନରେ ମୁକ୍ତ ଭାବେ ବୁଲିବା ସହ ରହୁଛନ୍ତି ଏକ ବିଳାସପୂର୍ଣ୍ଣ ଫ୍ଲାଟରେ

139

କନକ ବ୍ୟୁରୋ : ନୀବର ମୋଦିଙ୍କୁ ଖୋଜୁଛି ଭାରତୀୟ ଯାଂଚ ଏଜେନ୍ସି । ହେଲେ ନୀରବ ମୋଦି ଏବେ ଏବେ ବେଶ ବଦଳାଇ ଲଂଡନରେ ବିନ୍ଦାସରେ ବୁଲୁଛି । କେବଳ ଲଣ୍ଡନରେ ବିନ୍ଦାସ ବୁଲୁନି, ସେଠାରେ ସେ ନିଜର ନୂଆ ବେପାର ବି ଜମେଇ ସାରିଲାଣି ।  ଘରୁ ଅଫିସକୁ ଯାଉଥିବା ବେଳେ ତାଙ୍କୁ ଠାବ କରିଥିଲେ ଇଂରାଜୀ ଖବର କାଗଜ ଟେଲିଗ୍ରାଫର ସାମ୍ୱାଦିକ । ନୀରବଙ୍କୁ ରାସ୍ତାରେ ବୁଲୁଥିବା ଦେଖିବା ପରେ , ସେ କ୍ୟାମେରାରେ କଏଦ୍ କରିଥିଲେ । କିଛି ପ୍ରଶ୍ନ ବି ପଚାରିଥିଲେ । ସବୁଠାରୁ ବଡ କଥା ହେଉଛି, ଲଂଡନରେ ବିନ୍ଦାସ ବୁଲୁଥିବା ନୀରବ ମୋଦୀ, ସମସ୍ତ ପ୍ରଶ୍ନର କୌଣସି ବି ଜବାବ ଦେଇନଥିଲେ ।

ସବୁ ପ୍ରଶ୍ନର ଦେଇଥିଲେ ଗୋଟିଏ ଉତର, ନୋ କମେଂଟ । ଭାରତରୁ ପ୍ରାୟ ୧୩ ହଜାର କୋଟି ଟଂକାର ବ୍ୟାଙ୍କ ଋଣ ଘୋଟାଲା କରି ନୀରବ ମୋଦି ଫେରାର ହୋଇଯାଇଛି । ତେବେ ଏହି ପଳାତକ ହୀରା ବ୍ୟବସାୟୀ ଏବେ ବିଦେଶରେ ବେଶ୍ ନିଶ୍ଚିତରେ ବୁଲୁଥିବାର ପ୍ରଥମଥର ପାଇଁ କ୍ୟାମେରାରେ ଧରାପଡିଛି । ମୁହଁରେ ଦାଢୀ, ବିନ୍ଦାସ ଭାବେ ବୁଲୁଛନ୍ତି ପଳାତକ ବ୍ୟବସାୟୀ । ଏଥିରୁ ସ୍ପଷ୍ଟ ହେଉଛି ଭାରତୀୟ ଯାଂଚ ଏଜେନ୍ସି ତା ପଛରେ ପଡିଛି, ସେ ଏହାକୁ ନେଇ ବି ଚିନ୍ତିତ ନୁହଁନ୍ତି ।

ପଶ୍ଚିମ ଲଂଡନର ଅକ୍ସଫୋର୍ଡ ଷ୍ଟ୍ରିଟ୍ ପାଖରେ ରହିଛି ଏବେ ନୀରବ ମୋଦିର ଫ୍ଲାଟ୍ । ନୀରବ ମୋଦିଙ୍କ ଆପାର୍ଟମେଣ୍ଟର ମୂଲ୍ୟ ୮ ମିଲିୟନ୍ ପାଉଣ୍ଡ୍ ଏବଂ ମାସିକ ଭଡ଼ା ୧୭, ୦୦୦ ପାଉଣ୍ଡ୍ । ଏହି ଆପାର୍ଟମେଣ୍ଟ୍ ଠାରୁ ଅଳ୍ପ ଦୂରରେ ସେ ଗୋଟାଏ ହୀରା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି । ନୀରବ ମୋଦି ବିରୋଧରେ ଭାରତ ସରକାର ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛନ୍ତି । ଏହା ପରେ ଲଣ୍ଡନ ସରକାରଙ୍କୁ ତାର ପ୍ରତ୍ୟର୍ପଣ ନେଇ ଚିଠି ବି ଲେଖିଛନ୍ତି । ଦୁର୍ଭାଗ୍ୟର ବିଷୟ ଆଜି ଯାଏଁ ଏହାର କିଛି ଉତ୍ତର ଆସିନି ।

ଭାରତର ସରକାରଙ୍କ ବାରମ୍ୱାର ନିବେଦନ ପରେ ବି  ଲଣ୍ଡନ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ସୂଚନାଯୋଗ୍ୟ ଗତକାଲି ବ୍ୟବସାୟୀ ନୀରବ୍ ମୋଦୀଙ୍କ ଅଲ୍ଲୀବାଗରେ ଥିବା ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ୫ ସେକେଣ୍ଡରେ ଧୂଳିସାତ୍ ହେଲା ୩୦ ହଜାର ସ୍କୋୟାର ଫୁଟର ବିଶାଲ ବିଲଡିଂ । ନବି ମୁମ୍ୱାଇର ଖିମଜୀ ବିଚରେ ଏହି ବିଲଡିଂକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଯାହାକୁ ୧୦୦ କିଲୋ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସସ୍ତୁପରେ ପରିଣତ କରାଦିଆଗଲା ।