ପରିସ୍ଥିତିରେ ସୁଧାର ନଆସିବା ଯାଏ ଜାରି ରହିବ କଟକଣା ! ଖର୍ଚ୍ଚ କାଟ ନିଷ୍ପତ୍ତି ଉପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିକ୍ରିୟା

671

କନକ ବ୍ୟୁରୋ : କୋଭିଡ ପରିସ୍ଥିତିକୁ ଦେଖି ଖର୍ଚ୍ଚ କାଟ କଟକଣା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପରିସ୍ଥିତି ସୁଧାର ନଆସିବା ଯାଏ କଟକଣା ଜାରି ରହିବ ବୋଲି ସେ କହିଛନ୍ତି । ପରିସ୍ଥିତି ସୁଧାର ଆସିଲେ ନୂଆ ନିର୍ଦ୍ଦେଶ ଆସିବ । ଦୁଇ ବର୍ଷ ଭିତରେ କେହି ନୂଆ ଗାଡି କିଣିପାରିବେ ନାହିଁ । ଏଭଳି ଅନେକ କଟକଣା ଜାରି କରାଯାଇଛି । ବିଭନ୍ନ ଉତ୍ସବରୁ ରାଜସ୍ୱ ଆଦାୟ ହେଉଛି । ଟ୍ୟାକ୍ସ, ନନ ଟ୍ୟାକ୍ସରୁ ରାଜସ୍ୱ ଆସୁଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଗତକାଲୀ ଦୁଇବର୍ଷ ଯାଏଁ ରାଜ୍ୟରେ ବାହାରିବନି ସରକାରୀ ନିଯୁକ୍ତି । ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗରେ ନୂଆ ନିଯୁକ୍ତି ନ କରିବା ନେଇ ସବୁ ବିଭାଗକୁ ଚିଠି ଲେଖିଥିଲେ ଅର୍ଥ ସଚିବ ଅଶୋକ ମୀନା ।

ଏଥିସହ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଜାରି ହୋଇଛି ଗାଇଡଲାଇନ । ଏହି ଗାଇଡ଼ଲାଇନ୍ ଅନୁସାରେ, ସରକାରୀ ଗସ୍ତ ଉପରେ କଟକଣା ଲଗାଯାଇଛି । ସରକାରୀ ଅଧିକାରୀ ଫାଷ୍ଟକ୍ଲାସ ଏସିରେ ଗସ୍ତ କରିପାରିବେ ନାହିଁ । ସରକାରୀ ଖର୍ଚ୍ଚରେ ବିଜନେସ କ୍ଲାସରେ ଗସ୍ତ ମନା ରହିଛି । ଦେଶ ବାହାରକୁ ଗସ୍ତ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨ବର୍ଷ ଯାଏଁ ନୂଆ ଗାଡି କିଣାଯାଇପାରିବ ନାହିଁ । ଆବଶ୍ୟକସ୍ଥଳେ ଜରୁରୀ ହେଲେ ନିଷ୍ପତି ନିଆଯାଇପାରେ । ନୂଆ ଯୋଜନା ଉପରେ ମଧ୍ୟ କଟକଣା ଲଗାଇଛି ଅର୍ଥ ବିଭାଗ ।

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ରାଜ୍ୟ କରୋନା ବୃଦ୍ଧି ପାଉଛି , ସରକାରଙ୍କ ଆୟ କମୁଛି ଏହା ସତ, କିନ୍ତୁ ସରକାରଙ୍କ ଏହି ସମୟରେ ଦୂରଦୃଷ୍ଟିର ଅଭାବ ରହିଛି । ସ୍ୱାସ୍ଥ୍ୟବିଭାଗକୁ ଛାଡିଦେଲେ ଦୁଇ ବର୍ଷ ଯାଏ ସରକାରୀ ନିଯୁକ୍ତି ନାହିଁ ବୋଲି ସରକାର ଯେଉଁ ଘୋଷଣା କରିଛନ୍ତି ତାର ପୁନଃବିଚାର କରନ୍ତୁ । ନିଯୁକ୍ତି ବନ୍ଦ ହୋଇଗଲେ ବେକାର ଯୁବକ ଯୁବତୀ କଣ କରିବେ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତି ବିରୋଧ କରି ଯୁବ କଂଗ୍ରେସ ପ୍ରତିବାଦ । କଂଗ୍ରେସ ଭବନ ପରିସରରେ ଜୋତା ପଲିସ କରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ସୁର ରାଉତରାୟ ଓ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା ଏହି ପ୍ରତିବାଦରେ ଯୋଗ ଦେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏପଟେ ପ୍ରେସମିଟ କରି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତଥା ଭୁବନେଶ୍ୱର ମଧ୍ୟ ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ । ସେ କହିଛନ୍ତିି ହାତରେ ନମାରି ଭାରତରେ ମାରିବା ଚକ୍ରାନ୍ତ । ରାଜ୍ୟବାସୀ ଏହାର ପ୍ରତିବାଦ କରିବେ ।