ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା କଂଗ୍ରେର ପ୍ରାର୍ଥୀତାଲିକା ସମ୍ପୂର୍ଣ୍ଣ ମିଛ ! ମିଥ୍ୟା ତଥ୍ୟ ପରିବେଷଣ ନକରିବା ପାଇଁ ପିସିସି ସଭାପତିଙ୍କ ଅନୁରୋଧ

1,012

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ଘୁରିବୁଲୁଛି କଂଗ୍ରେର ପ୍ରାର୍ଥୀତାଲିକା । କଂଗ୍ରେସର ପ୍ରାର୍ଥୀ ତାଲିକା ଭାଇରାଲ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଏଭିଳି କୌଣସି ତାଲିକା ଏଯାଏ ପ୍ରକାଇ ପାଇନାହିଁ । ଏଯାଏଁ ତାଲିକା ପ୍ରସ୍ତୁତ ହୋଇନାହିଁ । ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ମିଛ । ଏପରିକି ଏ ନେଇ ତାଲିକା ଗଣମାଧ୍ୟମରେ ବି ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଏପରି ମିଥ୍ୟା ତଥ୍ୟ ପରିବେଷଣ ନକରିବା ପାଇଁ ଅନୁରୋଧ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ତେବେ ଏହାକୁ ଆଜି ମିଛ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗତକାଲି ନିର୍ବାଚନ କମିଟି ବୈଠକ ପରେ କେନ୍ଦ୍ରୀୟ କମିଟି ପାଖକୁ ଏହି ପ୍ରାର୍ଥୀମାନଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ଆସନ୍ତା ୧୧ ତାରିଖରେ ସିଇସି ବୈଠକ ବସି ପ୍ରାର୍ଥୀ ତାଲିକା ଚୂଡାନ୍ତ କରାଯିବ । ସ୍କ୍ରିନିଂ କମିଟି ରିପୋର୍ଟ ଏବଂ ଏଆଇସିସି ରିପୋର୍ଟ ଆଧାରରେ ଆସନ୍ତା ୧୫ କିମ୍ବା ୧୬ ତାରିଖ ବେଳକୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତକାଲି କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ସମ୍ପୂର୍ଣ୍ଣ ସୋସିଆଲ ମିଡ଼ିଆରେ ଘୁରିବୁଲିଥିଲା । ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଥିଲା । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶାର ସମ୍ଭାବିତ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଇଛି ବୋଲି କାଲି ଖବର ପ୍ରଚାର ହେଲା। ତାଲିକାରେ ଓଡ଼ିଶାର ଜଣାଶୁଣା ନେତା ସାମିଲ ଥିଲେ ।