ପ୍ରବାସୀ ଓଡିଆଙ୍କୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଦୁରଦୃଷ୍ଟିରେ ଅଭାବ ଯୋଗୁ ହଇରାଣ ହେଉଛନ୍ତି ଲୋକେ
କନକ ବ୍ୟୁରୋ : କରୋନା ଯୋଗୁଁ ଲକ୍ଷ ଲକ୍ଷ ଓଡିଆ ହଇରାଣ ହେଉଛନ୍ତି, ଆଉ ସେଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସରକାରଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଲୋକେ ହାଇରାଣ ହେଉଛନ୍ତି । ୨ ମାସ ଧରି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ଶୁଣିନାହାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟସଚିବଙ୍କୁ ପ୍ରତି ବ୍ଲକରେ ମାସ୍କ ବାଂଟିବାକୁ ଅନୁରୋଧ କରିଥିଲା କଂଗ୍ରେସ , ହେଲେ ସେ ଏହାକୁ କେହି ଗୁରୁତ୍ୱ ଦେଲେନାହିଁ । ପ୍ରବାସୀ ଓଡିଆଙ୍କୁ ଆଣିବାକୁ ପ୍ରସ୍ତାବ ଦେଲେ ମଧ୍ୟ ସରକାର ଶୁଣିଲେ ନାହିଁ । ଟ୍ରେନ ଟିକେଟ ଦେବା ପାଇଁ ପ୍ର୍ସ୍ତୁତ ଥିବା କଥା ଦଳ କହିଥିଲା, କିନ୍ତୁ କେହି ଶୁଣିଲେ ନାହିଁ । ଲୋକଙ୍କୁ ଆଣିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ , ଟ୍ରେନ ଠିକ କରନ୍ତୁ କଂଗ୍ରେସ ଟିକେଟ ଖର୍ଚ୍ଚ ଦେବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।