ନିମାପଡାରେ ବର୍ଷା କମିବା ପରେ ବି କମିନି ଦୁର୍ଦ୍ଦଶା : ପୌରାଂଚଳର ତଳି ଅଂଚଳରୁ ନିଷ୍କାସନ ହୋଇ ପାରୁନି ବର୍ଷା ଜଳ

କନକ ବ୍ୟୁରୋ : ବର୍ଷା ଛାଡ଼ିଯାଇଛି ହେଲେ ପାଣି କମିନି । କାରଣ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଘର ଭିତରେ ବର୍ଷା ପାଣି ଜମି ରହିଥିବା ବେଳେ ଏବେ ବି ନିମାପଡା ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ପୈାରଂଚଳର ୯ ନମ୍ବର ୱାର୍ଡ ପ୍ରାୟ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଯ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇ ପଡ଼ିଛି ପୁରୀ ଜିଲ୍ଲା ନିମାପଡ଼ା ପୌରାଂଚଳ । ପୈାରାଂଚଳ ୯ ନମ୍ବର ୱାର୍ଡର ଅଣ୍ଢିଆସାହି, ଶିବଶକ୍ତି କଲୋନୀ, ହରିଜନସାହି ଏବଂ ୪ ନମ୍ବର ୱାର୍ଡ ନାୟକସାହି ଆଦି ଅଂଚଳରେ ଏବେ ବି ପାଣି ଜମି ରହିଛି । ଖାଲୁଆ ଅଂଚଳରୁ ପାଣି ନିଷ୍କାସିତ ହୋଇନପାରି ଜମି ରହିଛି । ରାସ୍ତାରେ ଓ ଘରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

publive-image

କିଛି ଦିନ ହେବ ଘର ଭିତରେ ପାଣି ଜମି ରହିବା ଯୋଗୁଁ ଏବେ ବିଷଧର ସାପଙ୍କ ସହିତ ଜୋକ ସାଲୁବାଲୁ ହେଉଥିବାର ଦେଖିବାକୁ ମିଳିଛି । ସେପଟେ ବିପନ୍ନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବା ସହ ଜନ୍ତୁଜୁନ୍ତାଙ୍କ ପ୍ରାର୍ଦୁଭାବକୁ ରୋକିବା ପାଇଁ ପ୍ରତିକାର କରାଯାଉଥିବା କହିଛି ପୈାରପ୍ରଶାସନ ।ପାଣି ଘେରରେ ଥିବା ଲୋକ ହନ୍ତସନ୍ତ ହେଉଛନ୍ତି, ରୋଗାଗ୍ରସ୍ତ ହେବାରୁ ପାଣି ନିଷ୍କାସନ ପାଇଁ ପୈାର ପ୍ରଶାସନ ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe