ମହିଳା କର୍ମଚାରୀମାନେ ରାତିରେ ଅଧିକ ସମୟ କାମ କଲେ, କର୍କଟ ରୋଗର ଶିକାର ହୋଇପାରନ୍ତି !

45

କିଛି ଦିନ ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା ମହିଳାମାନଙ୍କୁ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ । ରାତିରେ କାମ କରିବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗ ହେବାର ସମ୍ବାବନା ୧୯ ପ୍ରତିଶତ ଅଧିକ ବଢ଼ିଯାଏ । ଗବେଷଣାରୁ ଜଣାପଡ଼ିଛି ରାତିରେ ଅଧିକ ସମୟ କାମ କରୁଥିବା ମହିଳାଙ୍କ କ୍ଷେତ୍ରରେ ୪୧ ପ୍ରତିଶତ ଚର୍ମ କର୍କଟ , ୩୨ ପ୍ରତିଶତ ସ୍ତନ କର୍କଟ ଏବଂ ୧୮ ପ୍ରତିଶତ ଗର୍ଭ କର୍କଟର ଆଶଙ୍କା ଅଧିକ ରହିଥାଏ ।

ରାତିରେ ଅଧିକ ସମୟ କାମ କରିବା ଏବଂ କର୍କଟର ସଂପୂର୍ଣ୍ଣ ସଂଯୋଗ ରହିଛି । ଆଗରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଆଲୋକ ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ମେଲାଟୋନିନ୍‌ର ମାତ୍ରା କମ ହୋଇଥାଏ ଯାହା ଫଳରେ କମ ନିଦ୍ରା ହୋଇଥାଏ । ଏହା ଦ୍ୱାରା ମହିଳା ମାନଙ୍କ ଶରୀରରେ କର୍କଟ ହେବାର ସମ୍ଭାବନା ଅଧିକ ହୋଇଥାଏ “, ବୋଲି କହିଛନ୍ତି ଚାଇନାର ଶିନଚୁଆନ ବିଶ୍ୱବିଦ୍ୟାଳୟର ସହ ପ୍ରୋଫେସର ଶୁଲେଇ ମା  ।

ଏହି ଗବେଷଣାକୁ ଉତ୍ତର ଆମେରିକା, ଏସିଆ, ୟୁରୋପ ଏବଂ ଅଷ୍ଟ୍ରେଲିଆର ୪୦ ଲକ୍ଷ ମହିଳାଙ୍କ ମଧ୍ୟରେ କରାଯାଇଥିଲା ଯେଉଁମାନେ ରାତିରେ ଅଧିକ ମସୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି । ପ୍ରାୟ ୬୧ଟି ଗବେଷଣାର ରିପୋର୍ଟକୁ ଅନୁସନ୍ଧାନ କରିବା ପରେ ଏହା ପ୍ରମାଣିତ ହୋଇଥିଲା । ଏଥିରୁ ଜଣାପଡ଼ିଥିଲା ଉତ୍ତର ଆମେରିକା ଏବଂ ୟୁରୋପର ଅଧିକ ମହିଳା ରାତ୍ରିରେ ଅଧିକ ସମୟ କାମ କରିବା ଦ୍ୱାରା ସ୍ତନ କର୍କଟର ଶୀକାର ହୋଇଛନ୍ତି । ରାତିରେ ଅଧିକ ସମୟ ଧରି କାମ କରୁଥିବା ମହିଳାମାନଙ୍କୁ ନିୟମିତ ଡ଼ାକ୍ତରୀ ପରୀକ୍ଷା କରିବା ଆବଶ୍ୟକ । ବୋଲି କର୍କଟ ଏପିଟୋମିଲୋଜି ପତ୍ରିକାରେ ପ୍ରକାଶ ପାଇଛି ।