ନିଜର ଏକ ଘର ତିଆରି କରିବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି । ହେଲେ କାହାର ସ୍ୱପ୍ନ ସହ ହୁଏତ କାହାର ହୋଇପାରେନି । ଆଜିର ମହଙ୍ଗା ଯୁଗରେ ଖଣ୍ଡିଏ ଘର ତିଆରି କରିବା କଷ୍ଟକର ହୋଇପଡ଼ୁଛି । ତେବେ ଘର ତିଆରି ସମୟରେ କିପରି ଘର ମଜଭୁତ ହେବ ସେଥିପ୍ରତି ସମସ୍ତେ ଅଧିକ ଧ୍ୟାନ ଦିଅନ୍ତି । ଘର କିପରି ଶକ୍ତ ଓ ମଜଭୁତ ହେବ ସେନେଇ ଘର ତିଆରି କରୁଥିବା ଲୋକେ ଅଧିକ ସଚେତନ ଥାଆନ୍ତି । ତେବେ ସବୁଠାରୁ ବଡ଼କଥା ହେଲା ଘରକୁ କିପରି ଭୂମିକମ୍ପରୁ ରକ୍ଷା କରିହେବ ? କାରଣ ଯେତେ ମଜଭୁତ ତିଆରି କଲେ ମଧ୍ୟ ଭୂମିକମ୍ପରୁ ଘରକୁ ରକ୍ଷା କରିହୁଏ ନାହିଁ । ତେବେ ନାଇଜେରିଆର ଯୁବଗୋଷ୍ଠୀ ଏଥିପାଇଁ ନୂଆ ଉପାୟ ବାହାର କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ନାଇଜେରିଆର ଲୋକେ ଘର ତିଆରି କରିବା ପାଇଁ ଏବେ ପ୍ଲାଷ୍ଟିକ ବୋତଲ, ମାଟି ଓ ଚିପ୍ସ ବ୍ୟବହାର କରୁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ୭.୩ ତୀବ୍ରତାର ଭୂମିକମ୍ପ ମଧ୍ୟ ଏପରି ଘରକୁ ହଲାଇ ପାରିବ ନାହିଁ । ଏପରି ଗୋଟିଏ ଘର ତିଆରି କରିବା ପାଇଁ ପାଖାପାଖି ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ନାଇଜେରିଆରେ ଗତ ୧୦ ବର୍ଷ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି । ଏପରିସ୍ଥଳେ ବେକାରୀ ଯୁବକଯୁବତୀଙ୍କୁ ରୋଜଗାର ମଧ୍ୟ ମିଳିଯାଉଛି ।
ବିଶେଷଜ୍ଞଙ୍କ ଅନୁସାରେ ଏହି ଘର ଭୂମିମମ୍ପକରୁ ରକ୍ଷା ପାଇବା ସହ ବେଶ ଶକ୍ତ ମଧ୍ୟ । କାରଣ ପ୍ଲାଷ୍ଟିକ ବୋତଲ ଶୀଘ୍ର ଖରାପ ହୁଏନାହିଁ । ପ୍ଲାଷ୍ଟିକ ଘର ଖରାପ ହେବାପାଇଁ ପାଖାପାଖି ୪୫୦ ବର୍ଷ ଲାଗିଯିବ । ସାଧାରଣ ଘର ପରି ମଧ୍ୟ ଏପରି ଘର ତିଆରି ହୋଇପାରିବ । ତେବେ ପ୍ଲାଷ୍ଟିକ ଘର ତିଆରି କଲେ ପରିବେଶ ସୁରକ୍ଷା ହେବା ସହ ଖୁବ ଶସ୍ତାରେ ମଧ୍ୟ ଘର ତିଆରି ହୋଇଯିବ ।