ବଲିଉଡରେ ଚାଲିଛି ବିବାହ ଋତୁ : ଯୋଧପୁର ଅଭିମୁଖେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ

139

ଦୀପବୀରଙ୍କ ବିବାହ ପରେ ଏବେ ଦେଶୀଗର୍ଲଙ୍କ ପାଳି । ପ୍ରିୟଙ୍କା ଚୋପ୍ରା ଯୋଧପୁରରେ ନିକ୍ ଜୋନସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏଥିପାଇଁ ନିକ୍ ତାଙ୍କ ପରିବାର ସହ ମୁମ୍ବାଇରେ ପହଂଚିଥିବା ବେଳେ ଆଜି ଯୋଧପୁର ଅଭିମୁଖେ ବାହାରିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ଆଜି ଏକାଠି ନଜର ଆସିଛନ୍ତି ଉଭୟ । ବେଶ୍ କାଜୁଆଲ ଲୁକରେ ନଜର ଆସିଛନ୍ତି ନିକ୍ ଓ ପ୍ରିୟଙ୍କା ।

ଉଭୟଙ୍କ ସହ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଉଭୟଙ୍କ ବିବାହ ପାଇଁ ଆଜି ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି । ମେହରନଗଡ ଫୋର୍ଟରେ ବିବାହ ପୂର୍ବରୁ ମେହେନ୍ଦି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଉମୈଦ ଭବନ ପ୍ୟାଲେସଠାରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ୩ଦିନ ଧରି ବିବାହର ବିଭିନ୍ନ ରୀତିନୀତି ସମ୍ପନ୍ନ ହେବା ପରେ ଡିସେମ୍ବର ୨ ରେ ବିବାହ କରିବେ ପ୍ରିୟଙ୍କା ଓ ନିକ୍ ।

ଯୋଧପୁର ଯିବା ପୂର୍ବରୁ ଗତକାଲି ପ୍ରିୟଙ୍କାଙ୍କ ବାସଭବନରେ ଏକ ପୂଜାର ଆୟୋଜନ କରାଯାଇଥିଲା । ପୂଜା ସରିବା ପରେ ପ୍ରିୟଙ୍କା ଓ ନିକ୍ ଗଣମାଧ୍ୟମ କ୍ୟାମେରା ଆଗରେ ଫଟୋ ପାଇଁ ପୋଜ୍ ଦେଇଥିଲେ ।