ଆଜି ଦିଲ୍ଲୀସ୍ଥିତ ଏନଆଇଏ କାର୍ଯ୍ୟାଳୟରେ ହାଜର ହେବେ ୨ ବିଛିନ୍ନତାବାଦୀ ନେତା !

ଆଜି ଦିଲ୍ଲୀସ୍ଥିତ ଏନଆଇଏ କାର୍ଯ୍ୟାଳୟରେ ହାଜର ହେବେ ୨ ବିଛିନ୍ନତାବାଦୀ ନେତା !

କନକ ବ୍ୟୁରୋ : ଆଜି ଏନଆଇଏରେ ହାଜର ହେବେ ୨ ବିଛିନ୍ନତାବାଦୀ ନେତା । ଦିଲ୍ଲୀସ୍ଥିତ ଏନଆଇଏ କାର୍ଯ୍ୟାଳୟରେ ଦୁଇ ଜଣ ବିଛିନ୍ନତାବାଦୀ ନେତାଙ୍କୁ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି । ତେହରିକ-ଏ-ହୁରିୟତର ଫାରୁକ୍ ଅହମଦ ବିଟ୍ଟା କରାଟେ ଓ ଜାବେଦ୍ ଅହମଦ୍ ବାବା ଓରଫ ଗାଜିଙ୍କୁ ପଚରା ଉଚରା କରିବ ଏନଆଇଏ ।

ଏହି ଦୁଇ ବିଛିନ୍ନତାବାଦୀ ନେତାଙ୍କୁ ନିଜର ସମସ୍ତ ବ୍ୟାଙ୍କ ତଥ୍ୟ ଓ ସଂପତିର କାଗଜପତ୍ର ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । କଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି ପାଇଁ ଆତଙ୍କବାଦୀ ସଂଗଠନ ଠାରୁ ଅର୍ଥ ଆଣୁଥିବା ପ୍ରସଙ୍ଗରେ ଏମାନଙ୍କୁ ପଚରା ଉଚରା କରିବ ଏନଆଇଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe