କନକ ବ୍ୟୁରୋ: ଧନ, ବୈଭବ, ପ୍ରେମ ଓ ସୁନ୍ଦରତାର କାରକ ମଙ୍ଗଳ ଗ୍ରହ ବେଳେ ବେଳେ ରାଶି ପରିବର୍ତ୍ତନ କରେ । ଏହାର ପ୍ରଭାବ ପୂରା ୧୨ ଟି ରାଶି ଉପରେ ପଡ଼େ । ଏହି ସମୟରେ ଶୁକ୍ର, ଶନି କୁମ୍ଭ ରାଶିରେ ଅବସ୍ଥିତ । କିନ୍ତୁ ମାର୍ଚ୍ଚ ୧ରୁ ବୃହସ୍ପତି ମୀନ ରାଶିରେ ପ୍ରବେଶ କରିଛନ୍ତି । ମୀନକୁ ଶୁକ୍ରଙ୍କ ଉଚ୍ଚ ରାଶି ଭାବେ ବିବେଚନା କରାଯାଏ , ତେଣୁ ଭ୍ରମଣର ବିଶେଷ ଯୋଗ ରହିଛି । ଜ୍ୟୋତିଷ ଗଣନା ଅନୁସାରେ, ଶୁକ୍ର ମୀନ ରାଶିରେ ପ୍ରବେଶ କରିବା ମାତ୍ରେ ମାଲବ୍ୟ ରାଜଯୋଗ ଏବଂ କେନ୍ଦ୍ର -ତ୍ରିକେଶର ରାଜେଯୋଗ ସୃଷ୍ଟି ହେବ। ଶୁକ୍ର ମାର୍ଚ୍ଚ ୨୫ ଯାଏଁ ମୀନ ରାଶିରେ ରହିବେ । ତେଣୁ କିଛି ରାଶି ବିଶେଷ ଲାଭ ପାଇବେ ।
ମେଷ: ଶୁକ୍ର ଗମନ ମେଷ ରାଶି ପାଇଁ ଆର୍ଥିକ ଭାବେ ଫଳପ୍ରଦ ହୋଇପାରେ । ଯଦି ଆପଣ ଦୀର୍ଘ ସର୍ମ ଧରି ଟଙ୍କା କେଉଁଠି ଅଟକି ରହିଛି ତେବେ ମିଳିବାର ଯତେଷ୍ଟ ଆଶଙ୍କା ରହିଛି । ନିବେଶ ବି କରିପାରନ୍ତି । କିନ୍ତୁ ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ଆପଣଙ୍କୁ ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ବ ମିଳିପାରେ କିମ୍ବା ପଦୋନ୍ନତି ମିଳିପାରେ । ପ୍ରେମ ସମ୍ପର୍କ ଅଧିକ ମଧୁର ହେବ, ଏବଂ ପାରିବାରିକ ସମ୍ପର୍କରେ ଭଲଊ ବୁଝାମଣା ରହିବ । ଆପଣଙ୍କ ସାମାଜିକ ସମ୍ମାନ ବି ବଢ଼ିବ ।
ଅଧିକ ପଢ଼ନ୍ତୁ : ପବିତ୍ର ଦୋଳ ପୂର୍ଣ୍ଣିମାରେ ନୂଆ ପାଞ୍ଜି ପୂଜା : ରାଜ୍ୟ, ଦେଶ, ବିଶ୍ବର ବାର୍ଷିକ ଫଳାଫଳ ଉପରେ ଦେଲେ ସୂଚନା
ଧନୁ : ଧନୁ ରାଶି ପାଇଁ ଏହି ସମୟ ଘର, ପରିବାର, ଏବଂ ସମ୍ପତ୍ତି ପାଇଁ ଭଲ । ଯାନବାହାନ କିମ୍ବା ସମ୍ପତ୍ତି କିଣାରେ ଯୋଜନା ସଫଳ ହୋଇପାରେ । କର୍ମକ୍ଷେତ୍ରରେ ସ୍ଥିରତା ବୃଦ୍ଧି ପାଇବ ଏବଂ ଉପରିସ୍ଥ ଅଧିକାରୀଙ୍କ ସର୍ଥନ ମିଳିବ । ବୈବାହିକ ଜୀବନରେ ସମନ୍ବୟ ରହିବ । ଆର୍ଥିକ ସ୍ଥିତି ମଜବୁତ୍ ରହିବ । ଆପଣଙ୍କ ସଞ୍ଚୟ ବି ବଢ଼ିବ । ପାରିବାରିକ ବାତାବରଣ ସକାରାତ୍ମକ ରହିବ ।
ବୃଷ: ଏହି ସମୟ ଯାଏଁ ବୃଷ ରାଶି ଶୁକ୍ର ଦ୍ବାରା ନିୟନ୍ତ୍ରିତ ହେବ । ଏହି ସମୟ ଆପଣଙ୍କ ପାଇଁ ବିଶେଷ ମହତ୍ତ୍ବ ରଖେ । ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ । ବ୍ୟବସାୟିକ ଲାଭ ହେବାର ଯଥେଷ୍ଟ ସୁଯୋଗ ସଷ୍ଟି ହେବ । ଅଟକି ରହିଥିବା କାମ କାର୍ଯ୍ୟକାରୀ ହେବ । ନୂଆ କାମର ସୁଯୋଗ ସୃଷ୍ଟି ହୋଇପାରେ । ପ୍ରେମ ଜୀବନରେ ଖୁସିର ମାହୋଲ ସୃଷ୍ଟି ହେବ । ବୈବାହିକ ସମ୍ପର୍କ ମଜବୁତ ହେବ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ଆତ୍ମବିଶ୍ବାସ ବୃଦ୍ଧି ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/03/04/zodiac-2026-03-04-18-53-23.png)