କନକବ୍ୟୁରୋ : ପବିତ୍ର ଦୋଳ ପୂର୍ଣ୍ଣିମାରେ ମା ବିରଜାଙ୍କ ପୀଠରେ ଝୁଲଣ ଯାତ୍ରା ଓ ନୂତନ ପାଞ୍ଜି ପାଠ କରାଯାଇଛି। ଗ୍ରହଣ ଯୋଗୁ ମାଙ୍କ ମହାସ୍ନାନ ପରେ ମଙ୍ଗଳବାର ରାତି ୮ଟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପକୁ ଅଣାଯାଇଥିଲା । ଜ୍ୟୋତ୍ୟିଷ ମା ବିରଜାଙ୍କ ନୂତନ ପଞ୍ଜିକା ପଠନ କରିବା ସହ ଦେଶ ବିଦେଶ ଓ ରାଜ୍ୟର ବାର୍ଷିକ ଫଳାଫଳ ଉପରେ ସୂଚନା ଦେଇଥିଲେ ।
ଖେମିନିଙ୍କ ପୁଅ ମୋଜତାବା ଇରାନର ସର୍ବୋଚ୍ଚ ନେତା ନିର୍ବାଚିତ
ମାଙ୍କ ବିଜେ ପ୍ରତିମାକୁ ଦୋଳ ମଣ୍ଡପରେ ଝୁଲାଯିବା ସହ ଅଭିର ଖେଳ ହୋଇଥିଲା । ଏହି ବିରଜା ପଞ୍ଜିକା ଜନସାଧାରଣଙ୍କ ପାଇଁ ଚଳିତ ବର୍ଷ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯିବ । ମା ବିରଜାଙ୍କ ଦୋଳ ଉତ୍ସବକୁ ଦେଖିବା ସହ ଅଭିର ଖେଳରେ ଝୁମିଥିଲେ ଶହ ଶହ ଶ୍ରଦ୍ଧାଳୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/04/biraja-mandir-2026-03-04-10-28-55.jpg)