Russia-Ukraine peace Photograph: (google)
କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ୍ ବିବାଦ ସମ୍ପର୍କରେ ଏକ ବଡ଼ ବିବୃତି ଜାରି କରିଛନ୍ତି । ସେ କହିଛନ୍ତି, ରୁଷ-ୟୁକ୍ରେନ୍ ବିବାଦର ଅନ୍ତ କରିପାରୁଥିବା ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିରେ ବାଧା ରୁଷରୁ ନୁହେଁ, ବରଂ ୟୁକ୍ରେନ୍ରୁ ଆସୁଛି । ଟ୍ରମ୍ପ ଅଭିଯୋଗ କରିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚୁକ୍ତି ପାଇଁ ରାଜି ଅଛନ୍ତି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କମ୍ ଆଗ୍ରହୀ ଦେଖାଯାଉଛନ୍ତି । ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପଙ୍କ ୟୁରୋପୀୟ ସହଯୋଗୀମାନେ ବାରମ୍ବାର କହୁଛନ୍ତି, ମସ୍କୋ ଯୁଦ୍ଧ ସମାପ୍ତ କରିବାକୁ ଆଗ୍ରହୀ ନୁହେଁ । ଓଭାଲ ଅଫିସ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ମୁଁ ଭାବୁଛି ପୁଟିନ ଚୁକ୍ତି କରିବାକୁ ପ୍ରସ୍ତୁତ । ୟୁକ୍ରେନ କମ୍ ପ୍ରସ୍ତୁତ ।
ଅଧିକ ପଢନ୍ତୁ:ଶାନ୍ତି ଆଲୋଚନା ପୂର୍ବରୁ ପୁଟିନଙ୍କ ଚରମ ବାଣୀ, ଋଷ-ୟୁକ୍ରେନ ଯୁଦ୍ଧ ହୋଇପାରେ ଜଟିଳ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ଼ ଭୂମି ବିବାଦର ସମାଧାନ କାହିଁକି ଆମେରିକା ନେତୃତ୍ୱରେ କରାଯାଇନାହିଁ ବୋଲି ପଚରାଯିବାରୁ, ଟ୍ରମ୍ପ କେବଳ ଗୋଟିଏ ଶବ୍ଦରେ ଉତ୍ତର ଦେଇଥିଲେ, ଜେଲେନସ୍କି । ଟ୍ରମ୍ପଙ୍କ ମନ୍ତବ୍ୟରୁ ଜଣାପଡୁଛି, ସେ ପୁଣି ଥରେ ୟୁକ୍ରେନ ନେତାଙ୍କ ଉପରେ କ୍ରୋଧିତ ଅଛନ୍ତି । ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭରୁ ଖରାପ ଥିଲା । ତଥାପି, ଟ୍ରମ୍ପଙ୍କ ପ୍ରଥମ ବର୍ଷରେ ସେମାନଙ୍କ ପାରସ୍ପରିକ ସମ୍ପର୍କରେ କିଛିଟା ଉନ୍ନତି ହୋଇଥିଲା। କିନ୍ତୁ ଏବେ ଟ୍ରମ୍ପ ପୁଣି ଥରେ ଜେଲେନସ୍କି ଚୁକ୍ତିରୁ ପଛକୁ ହଟୁଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଁ ଭାବୁଛି ତାଙ୍କ ପାଇଁ ସମସ୍ୟା ହେଉଛି । ଏକ ଚୁକ୍ତିରେ ପହଞ୍ଚିବାରେ ଅସୁବିଧା ହେଉଛି ।
Follow Us