ବିଶ୍ୱକପରୁ ବିଦା ହେବା ପରେ ଜାମ୍ପାଙ୍କ ପ୍ରତିକ୍ରିୟା: କହିଲେ, ଆମେ ବିଫଳ ହେଲୁ

Advertisment

ଦଳର ମୁଖ୍ୟ ସ୍ପିନର୍‌ ଆଡାମ୍‌ ଜାମ୍ପା କହିଛନ୍ତି “ଗତ କିଛି ଦିନ ଆମ ପାଇଁ ବେଶ କଠିନ ଥିଲା। ଡ୍ରେସିଂରୁମ୍‌ରେ ସମସ୍ତେ ହତାଶ ଯେ ଆମପାଇଁ ଏତେ ଶୀଘ୍ର ବିଶ୍ବକପ୍‌ ଶେଷ ହୋଇଗଲା’’।

ଦଳର ମୁଖ୍ୟ ସ୍ପିନର୍‌ ଆଡାମ୍‌ ଜାମ୍ପା କହିଛନ୍ତି “ଗତ କିଛି ଦିନ ଆମ ପାଇଁ ବେଶ କଠିନ ଥିଲା। ଡ୍ରେସିଂରୁମ୍‌ରେ ସମସ୍ତେ ହତାଶ ଯେ ଆମପାଇଁ ଏତେ ଶୀଘ୍ର ବିଶ୍ବକପ୍‌ ଶେଷ ହୋଇଗଲା’’।

Adam zampa

Adam zampa Photograph: (Kanak News)

କନକ ବ୍ୟୁରୋ: ଶୁକ୍ରବାର ଓମାନ ବିପକ୍ଷରେ ୯ ୱିକେଟ୍‌ରେ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଶେଷ ହୋଇଯାଇଛି । ଅଷ୍ଟ୍ରେଲିଆ ପରି ଏକ ଚାମ୍ପିୟନ ଦଳ ଏତେ ସହଳ ବିଶ୍ବକପ୍‌ରୁ ବିଦାୟ ନେବା କ୍ରିକେଟ୍‌ ପ୍ରସଂଶକଙ୍କୁ ଚକିତ କରିଛି । ଖୋଦ୍‌ ଅଷ୍ଟ୍ରେଲିଆର ଡ୍ରେସିଂ ରୁମ୍‌ରେ ଦୁଃଖ ଓ ହତାଶାର ବାତାବରଣ ରହିଛି। ଓମାନ୍‌ ବିପକ୍ଷରେ ଏକ ବଡ଼ ବିଜୟ ମଧ୍ୟ ଦଳର ଦୁଃଖକୁ ଦୂର କରିପାରି ନାହିଁ।

ଆହୁରି ପଢ଼ନ୍ତୁ... ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା ; ୪ଟା ଯାଏଁ ଗୃହ ମୁଲତବି

ଦଳର ମୁଖ୍ୟ ସ୍ପିନର୍‌ ଆଡାମ୍‌ ଜାମ୍ପା କହିଛନ୍ତି “ଗତ କିଛି ଦିନ ଆମ ପାଇଁ ବେଶ କଠିନ ଥିଲା। ଡ୍ରେସିଂରୁମ୍‌ରେ ସମସ୍ତେ ହତାଶ ଯେ ଆମପାଇଁ ଏତେ ଶୀଘ୍ର ବିଶ୍ବକପ୍‌ ଶେଷ ହୋଇଗଲା’’। ଗୁରୁତ୍ବପୂର୍ଣ୍ଣ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କରି ସେ କହିଛନ୍ତି ଯେ ସେ ଏହି ମ୍ୟାଚ୍‌ରେ ଆହୁରି ଭଲ କରିବାର ଥିଲା। ମଧ୍ୟବର୍ତ୍ତି ଓଭରଗୁଡ଼ିକରେ ୱିକେଟ୍‌ ନେବା ତାଙ୍କର କାମ ଥିଲା। କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ। ଓମାନ ବିପକ୍ଷରେ ମାତ୍ର ୨୧ ରନ୍‌ ବିନିମୟରେ ୪ଟି ୱିକେଟ୍‌ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ସତ୍ତ୍ବେ ହତାଶ ଜାମ୍ପା ଆହୁରି ମଧ୍ୟ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଏହି ଦଳ ଗଠନ କରାଯାଇଥିଲା, କିନ୍ତୁ ଆମେ ନିଜର କାମ ସୁଚାରୁ ରୁପେ କରିବାକୁ ବିଫଳ ହେଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe