କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ , ୪ଟା ଯାଏଁ ଗୃହ ମୁଲତବି । ବଜେଟ୍‌ ଅଧିବେଶନର ଆଜି ପଞ୍ଚମ ଦିନ ଆରମ୍ଭ ହେଉ ହେଉ ବିରୋଧୀ ବିଧାୟକ ମାନେ ହଙ୍ଗାମା ଆରମ୍ଭ କରିଥିଲେ । ଧାନମଣ୍ଡିରେ ସମସ୍ୟା ପ୍ରସଙ୍ଗକୁ ନେଇ ଗତ ୩ ଦିନ ଗୃହ ହୁଲସ୍ତୁଲ ହୋଇଥିବା ବେଳେ ଆଜି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ବିଧାନସଭାରେ ଫ୍ଲାକାର୍ଡ ଧରି କଳା ବ୍ୟାଜ ପିନ୍ଧି କଂଗ୍ରେସର ମଧ୍ୟ ପ୍ରତିବାଦ କରିଥିଲା ।

Advertisment

ନାରାବାଜି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ଉତ୍ତର ରଖିଥିଲେ । ମାତ୍ର ୭ ମିନିଟ୍‌ ପାଇଁ ଚାଲିଥିଲା ଗୃହ କାର୍ଯ୍ୟ , ଏହାପରେ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । 

ଅଧିକ ପଢ଼ନ୍ତୁ---ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ବିଶ୍ବବିଦ୍ୟାଳୟ: କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ପାଇଁ ବଜେଟ୍‌ରେ ଘୋଷଣା