କନକ ବ୍ୟୁରୋ: ବେଙ୍ଗାଲୁରୁସ୍ଥିତ ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ରେ ଯୁବ କ୍ରିକେଟର୍ମାନଙ୍କୁ ତାଲିମ ପ୍ରଦାନ କରିବେ ଭାରତୀୟ କ୍ରିକେଟ୍ର ଦୁଇ ପୂର୍ବତନ ମହାନ ଖେଳାଳି ଜାହିର ଖାନ୍ ଓ ହରଭଜନ ସିଂହ । ସ୍ୱତନ୍ତ୍ର ଶିବିର ମାଧ୍ୟମରେ ବିଭିନ୍ନ ବୟସ ବର୍ଗରେ ଭଲ କରି ମନୋନୀତ ହୋଇଥିବା ଖେଳାଳିମାନଙ୍କୁ ଏହି ତାଲିମ ପ୍ରଦାନ କରାଯିବ । ପ୍ରତିଭା ଅନ୍ବେଷଣ ଜରିଆରେ ମନୋନୀତ ଏହି ‘ଟାର୍ଗେଟ୍ ଗ୍ରୁପ୍’ ଖେଳାଳିମାନଙ୍କୁ ସ୍ବତନ୍ତ୍ର ତାଲିମ ଦେବାକୁ ବିସିସିଆଇକୁ ସିଓଇର ମୁଖ୍ୟ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ ପ୍ରସ୍ତାବ ଦେଇଥିଲେ । ଏହି ଅନୁରୋଧ ପରେ ବାମହାତୀ ପେସ୍ ବୋଲର ଜାହିର ଖାନ୍ ଏବଂ ଅଫସ୍ପିନର୍ ହରଭଜନ ସିଂହ ଦୁଇଟି ୫ ଦିନିଆ ଶିବିରରେ ନିଜ ଅଭିଜ୍ଞତା ଓ ବୋଲିଂ କୌଶଳ ବାଣ୍ଟିବେ । ଭାରତୀୟ ଦଳ ଦ୍ବାରରେ ପହଞ୍ଚିଥିବା କିଛି ଖେଳାଳି ମଧ୍ୟ ଏହି ଶିବିରରେ ସାମିଲ ହେବେ । କଚଟି ସ୍ପିନର୍ଙ୍କ ପାଇଁ ଆୟୋଜିତ ଅନ୍ୟଏକ ଶିବିରରେ ତାଲିମ ଦେବାକୁ ମଧ୍ୟ ପୂର୍ବତନ ଲେଗ୍ସ୍ପିନର୍ ଅନିଲ କୁମ୍ବଲେଙ୍କୁ ଅନୁରୋଧ କରାଯାଇଛି । ଶତାଧିକ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଖେଳାଳିମାନେ ସେମାନଙ୍କ ପରବର୍ତୀ ପିଢ଼ି ପାଇଁ ସମୟ ଦେବାକୁ ଆଗେଇ ଆସୁଥିବାରୁ ଏହା ଏକ ଭଲ ତଥା ସ୍ବାଗତଯୋଗ୍ୟ ପ୍ରୟାସ ବୋଲି ଜଣେ ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।
ଏହା ବି ପଢ଼ନ୍ତୁ: ଜୁନ୍ରେ ଆଫ୍ଗାନିସ୍ତାନର ଭାରତ ଗସ୍ତ: ଗୋଟିଏ ଟେଷ୍ଟ୍, ୩ ଦିନିକିଆ ଖେଳିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/bhajji-and-zaheer-khan-2026-03-02-21-07-41.jpg)