କନକ ବ୍ୟୁରୋ: ଚଳିତ ବର୍ଷ ଜୁନ୍ରେ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ କ୍ରିକେଟ୍ ଦଳ । ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ଆଫଗାନିସ୍ତାନ ଗୋଟିଏ ଟେଷ୍ଟ୍ ଓ ୩ ଦିନିକିଆ ମ୍ୟାଚ୍ ଖେଳିବ ବୋଲି ବିସିସିଆଇ ସୋମବାର ଘୋଷଣା କରିଛି । ଏକ ମାତ୍ର ଟେଷ୍ଟ୍ ମ୍ୟାଚ୍ ଜୁନ୍ ୬ ତାରିଖରୁ ନ୍ୟୁଚଣ୍ଡିଗଡ଼ର ମହାରାଜା ୟାଦବିନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ । ଏଥିସହ ଏହି ଷ୍ଟାଡିୟମ୍ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆୟୋଜନ କରିବାର ଗୌରବ ପାଇବ । ଏହାପରେ ଦିନିକିଆ ମ୍ୟାଚ୍ଗୁଡ଼ିକ ଜୁନ୍ ୧୪, ୧୭ ଓ ୨୦ ତାରିଖରେ ଯଥାକ୍ରମେ ଧର୍ମଶାଳା, ଲକ୍ଷ୍ନୌ ଓ ଚେନ୍ନାଇରେ ଅନୁଷ୍ଠିତ ହେବ । ଭାରତ-ଆଫ୍ଗାନିସ୍ତାନ ମଧ୍ୟରେ କେବଳ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ୨୦୧୮ରେ ଖେଳାଯାଇଥିଲା । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ପାଳି ଓ ୨୬୨ ରନ୍ରେ ଜିତିଥିଲା ।
ଏହା ବି ପଢ଼ନ୍ତୁ: ସଂଖ୍ୟାରେ ଭାରତ-ଇଣ୍ଡିଜ୍ ସୁପର୍-୮ ମ୍ୟାଚ୍ ରେକର୍ଡ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/india-vs-afghanistan-2026-2026-03-02-20-57-32.jpg)