କନକ ବ୍ୟୁରୋ: ୨୦୦୭ ମସିହାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଯୁବରାଜ ସିଂଙ୍କ ପାଳିକୁ କେହି କେବେ ଭୁଲି ପାରିବେନି । ଇଂଲଣ୍ଡ ବିପକ୍ଷରେ ବ୍ରଡ୍ଙ୍କ ବୋଲିଂର ଯେଉଁ ଦଶା ହୋଇଥିଲା ତାହା ସୃଷ୍ଟି କରିଥିଲା ଏକ ନୂଆ ଇତିହାସ । ବ୍ରଡ୍ ସେତେବେଳେ ନୂଆ ନୂଆ ଅନ୍ତର୍ଜାତୀୟ କ୍ରିକେଟର ପଦାର୍ପଣ କରୁଥିଲେ । ଏହାପରେ ସେ ଇଂଲଣ୍ଡର ଏକ କିମ୍ବଦନ୍ତୀ ବୋଲର ଭାବରେ ଅବସର ନେଇଥିଲେ ସତ, କିନ୍ତୁ ଯୁବରାଜଙ୍କ ପ୍ରତି ସେ ଯେଉଁଭଳି ବ୍ୟବାହର କରିଛନ୍ତି ତାହା ନିଶ୍ଚିତ ଭାବେ କୋଟି କୋଟି ଭାରତୀୟ ଫ୍ୟାନ୍ସ ମନକୁ ଦୁଃଖ ଦେଇଛି । ବ୍ରଡ୍ଙ୍କ ଓଭରରେ ୬ଟି ଛକା ମାରିବା ପରେ ବ୍ରଡ୍ଙ୍କ ବାପାଙ୍କ ହାତରେ ଏକ ଉପହାର ପଠାଇଥିଲେ ଯୁବରାଜ ସିଂ । ଏହାକୁ ନେଇ ଖୋଦ ଏକ ପଡକାଷ୍ଟରେ ସୂଚନା ଦେଇଥିଲେ ସିକ୍ସର କିଙ୍ଗ୍ । ହେଲେ ଏହି ଉପହାରର ମୂଲ୍ୟ ବୁଝି ପାରିନଥିଲେ ଷ୍ଟୁଆର୍ଟ ।
୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ ଯୁବରାଜ । ଏହି ଓଭର ପକାଉଥିଲେ ଷ୍ଟୁଆର୍ଟ ବ୍ରଡ୍ । ସେହି ଇନିଂସ ଆଜି ବି ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇଛି । ଯୁବରାଜ ସିଂ ୬ଟି ବଲରେ ୬ଟି ଛକା ମାରି କ୍ରିକେଟ୍ ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିଲେ । ଏହି ସ୍ମରଣୀୟ ଓଭରର ଶିକାର ହୋଇଥିଲେ ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍, ଯାହାଙ୍କ କ୍ୟାରିଅର୍ ସେତେବେଳେ ଆରମ୍ଭ ହେଉଥିଲା । ମ୍ୟାଚ୍ ସରିଯାଇଥିଲା, କିନ୍ତୁ ସେହି ଓଭରର ସ୍ମୃତି ଆଜି ବି କ୍ରିକେଟର ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରୁ ଗୋଟିଏ । ବର୍ଷ ବର୍ଷ ପରେ, ଷ୍ଟୁଆର୍ଟ ବ୍ରଡ୍ଙ୍କ ପିତା କ୍ରିସ୍ ବ୍ରଡ୍ ଏକ ଖୁଲାସା କରିଛନ୍ତି ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଓ ଦୁଃଖିତ କରିଛି । ସେ କହିଛନ୍ତି ଯେ ତାଙ୍କ ପୁଅ ଯୁବରାଜ ସିଂଙ୍କ ଏକ ଉପହାର ଦେଖି ରାଗରେ ତାକୁ ଡଷ୍ଟବିନ୍ ରେ ଫୋପାଡ଼ି ଦେଇଥିଲେ ।
ଏହା ବି ପଢ଼ନ୍ତୁ: ED କାର୍ଯ୍ୟାଳୟରେ କ୍ରିକେଟର ଯୁବରାଜ ସିଂ; ଅନଲାଇନ୍ ବେଟିଂ ଆପ୍ ମାମଲାରେ କରାଯିବ ପଚରାଉଚରା
ଇଂଲଣ୍ଡର ପୂର୍ବତନ କ୍ରିକେଟର ଏବଂ ୧୯୮୬-୮୭ ଆସେସ୍ ହିରୋ କ୍ରିସ୍ ବ୍ରଡ୍ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଥରେ ସେ ନିଜ ପୁଅ ଷ୍ଟୁଆର୍ଟକୁ ଖ୍ରୀଷ୍ଟମାସ୍ ଉପହାରରେ ଯୁବରାଜ ସିଂଙ୍କ ଅଟୋଗ୍ରାଫ୍ ଥିବା ଜର୍ସି ଦେଇଥିଲେ । କ୍ରିସ୍ ବ୍ରଡ୍ କହିଛନ୍ତି, “ସେତେବେଳେ ମୋ ପୁଅର ହ୍ୟୁମର୍ ସେନ୍ସ ଟିକେ ଦୁର୍ବଳ ଥିଲା । ମୁଁ ଭାବିଲି ଯୁବରାଜଙ୍କ ଦସ୍ତଖତ ଥିବା ଜର୍ସି ଦେଇ ତାକୁ ଆଶ୍ଚର୍ଯ୍ୟ କରିବି, କିନ୍ତୁ ସେ ବକ୍ସ ଖୋଲିବା ମାତ୍ରେ କିଛି ନ କହି ସିଧା ଜର୍ସିକୁ ଡଷ୍ଟବିନ୍ରେ ଫୋପାଡି ଦେଇଥିଲା। ଏଭଳି ବ୍ୟବହାରରେ କ୍ରିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।”
ପରବର୍ତ୍ତୀ ସମୟରେ ଷ୍ଟୁଆର୍ଟ ବ୍ରଡ୍ ନିଜକୁ ପ୍ରମାଣିତ କରି ଇଂଲଣ୍ଡ କ୍ରିକେଟ୍ ଇତିହାସର ମହାନ ବୋଲରମାନଙ୍କ ମଧ୍ୟରେ ଗଣା ହୋଇଥିଲେ । ବ୍ରଡ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ୧୬୭ ଟେଷ୍ଟ, ୧୨୧ ଦିନିକିଆ ଏବଂ ୫୬ ଟି୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ ୬୦୪ ୱିକେଟ୍ ନେଇଛନ୍ତି । ସେହିପରି, ଦିନିକିଆରେ ସେ ୧୭୮ ୱିକେଟ୍ ଏବଂ ଟି୨୦ରେ ୬୫ଟି ୱିକେଟ୍ ନେଇଛନ୍ତି । ସେ ୨୦୨୩ରେ ଏକ ଚମତ୍କାର କ୍ୟାରିଅର୍ ପରେ ଅବସର ଘୋଷଣା କରିଥିଲେ । କିନ୍ତୁ ଯୁବରାଜଙ୍କ ପ୍ରତି ସେ ଯେଉଁଭଳି ବ୍ୟବହାର କରିଥିଲେ ତାହା କୋଟି ଭାରତୀୟଙ୍କ ମନକୁ ଆଘାତ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/31/broad-and-yuvraj-2025-10-31-09-31-34.png)