କନକ ବ୍ୟୁରୋ;  ବେଟିଂ ଆପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭାରତରେ ବେଟିଂ ଏବଂ ଗେମିଂ ଆପ୍ ଜରିଆରେ ହେଉଥିବା ବ୍ୟାପକ ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶେଷ କରି ମହାଦେବ ବେଟିଂ ଆପ୍ ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ସହଯୋଗୀ ଆପ୍‌ଗୁଡ଼ିକର ଯାଞ୍ଚ ସମୟରେ ଅନେକ ବଡ଼ ବଡ଼ ନାମ ସାମ୍ନାକୁ ଆସିଛି ।

Advertisment

ଅଧିକ ପଢନ୍ତୁ :  ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ଝାରପଡା ଜେଲରେ ଇଡ଼ି ଟିମ୍। ରିମାଣ୍ଡ ବେଳେ ପତ୍ନୀ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଇଡି ପ୍ରସ୍ତୁତ।

ଏହି କ୍ରମରେ ଭାରତୀୟ କ୍ରିକେଟର ଯୁବରାଜ ସିଂ, ରୋବିନ ଉଥାପ୍ପା ଏବଂ ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସମ୍ପତ୍ତି ଇଡି ଦ୍ୱାରା ବ୍ୟାଜ୍ୟାପ୍ତି କରାଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ  ଉର୍ବଶୀ ରାଉତେଲା,  ମିମି ଚକ୍ରବର୍ତ୍ତୀ, ଅଙ୍କୁଶ ହଜାରା ଏବଂ ନେହା ଶର୍ମାଙ୍କ ଭଳି ପ୍ରମୁଖ ନାମ  ମଧ୍ୟ  ଅନ୍ତର୍ଭୁକ୍ତ । ଆଜିର ଇଡି କାର୍ଯ୍ୟାନୁଷ୍ଠାନରେ,  ୭.୯୩ କୋଟି ମୂଲ୍ୟର ସମ୍ପତ୍ତି  ଜବତ କରାଯାଇଛି । ପୂର୍ବରୁ, ସମାନ ମାମଲାରେ, ଇଡି ଶିଖର ଧାୱନଙ୍କର  ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର  ୬.୬୪ କୋଟି ମୂଲ୍ୟର ସମ୍ପତ୍ତି  ଜବତ କରିଥିଲା ।  ଏପର୍ଯ୍ୟନ୍ତ  ୧୯.୦୭ କୋଟି ମୂଲ୍ୟର ସମ୍ପତ୍ତି କରିଛି  ଇଡି ।  ଏହି ମାମଲାରେ ତଦନ୍ତ ଜାରି ରହିଛି ।