କନକ ବ୍ୟୁରୋ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ର ମିଶ୍ରିତ ଯୁଗଳରୁ ଭାରତୀୟ ତାରକା ୟୁକି ଭାମ୍ବ୍ରି ବିଦାୟ ନେଇଛନ୍ତି । ୟୁକି ଓ ତାଙ୍କ ଆମେରିକୀୟ ଯୋଡ଼ିଦାର ନିକୋଲ ମେଲିଚାର-ମାର୍ଟିନେଜ୍ଙ୍କୁ ପ୍ରଥମ ରାଉଣ୍ଡ୍ରେ ଜର୍ମାନୀ-ଚୀନ ଯୋଡ଼ି ଟିମ୍ ପଏଜ୍ ଓ ଝାଙ୍ଗ ସୁଇ ୩-୬, ୧-୬ (୧୦-୬)ରେ ପରାସ୍ତ କରିଛନ୍ତି । ତେବେ ପୁରୁଷ ଯୁଗଳରେ ୟୁକିଙ୍କ ଅଭିଯାନ ଜାରି ରହିଛି । ୟୁକି ଓ ତାଙ୍କ ସାଥୀ ସ୍ବିଡେନ୍ର ଆନ୍ଦ୍ରେ ଗୋରାନସନ୍ ଏହି ବର୍ଗର ଦ୍ବିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି ।
ଏହା ବି ପଢ଼ନ୍ତୁ: ତଥାପି କମୁନି ବାଂଲାଦେଶ ଫୁଟାଣି: କୋଟି କୋଟି ଟଙ୍କା ହରାଇବ, ବିଶ୍ୱ କ୍ରିକେଟ୍ରୁ ଏକଘରିକିଆ ହେବ
ପ୍ରଥମ ରାଉଣ୍ଡ୍ରେ ଏମାନେ ୱାଇଲ୍ଡ କାର୍ଡ ଧାରୀ ଜେମ୍ସ ଡକୱର୍ଥ ଓ କ୍ରୁଜ୍ ହେୱିଟଙ୍କୁ ୬-୩, ୬-୪ରେ ପରାସ୍ତ କରିଛନ୍ତି । ଅଷ୍ଟ୍ରେଲିଆନ୍ ଓପନ୍ରେ ୟୁକିଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦୧୪ର ତୃତୀୟ ରାଉଣ୍ଡ୍ ପ୍ରବେଶ । ସେହିବର୍ଷ ସେ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କୁ ସାଥୀ କରି ଏଭଳି ସଫଳତା ଲାଭ କରିଥିଲେ । ଏଥର ସେହି ସଫଳତାକୁ ଟପିବା ଲକ୍ଷ୍ୟରେ ରହିଛନ୍ତି । ପୂର୍ବରୁ ଏବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ରୁ ଅନ୍ୟତମ ଭାରତୀୟ ନିକି ପୁନାଚା ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡ୍ରେ ହାରି ବିବାଦ ନେଇ ସାରିଛନ୍ତି । ଅନ୍ୟପକ୍ଷରେ ପୁରୁଷ ଓ ମହିଳା ଏକକ ଲାଗି ଏଥର କୌଣସି ଭାରତୀୟ ଖେଳାଳି ଯୋଗ୍ୟତା ଅର୍ଜନ କରିନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/yuki-bhambri-2026-01-22-15-06-19.jpg)