ଚାକିରି ମିଳିଲାନି ବୋଲି ଦେହରେ ପେଟ୍ରୋଲ ଢାଳିଲେ ଯୁବକ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Advertisment

ଚାକିରି ନମିଳିବାରୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । କଟକ ବାଙ୍କୀରେ ଅଭାବନୀୟ ଘଟଣା । ଯୁବକଙ୍କ ନାଁ ଅମୀୟ ସିଂ।

ଚାକିରି ନମିଳିବାରୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । କଟକ ବାଙ୍କୀରେ ଅଭାବନୀୟ ଘଟଣା । ଯୁବକଙ୍କ ନାଁ ଅମୀୟ ସିଂ।

1

Photograph: (kanaknews)

କନକବ୍ୟୁରୋ : ଚାକିରି ନମିଳିବାରୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ । କଟକ ବାଙ୍କୀରେ ଅଭାବନୀୟ ଘଟଣା । ଯୁବକଙ୍କ ନାଁ ଅମୀୟ ସିଂ। ବାପାଙ୍କ ମୃତ୍ୟୁ ପରେ ପରିବାରକୁ ଚାକିରି ଦେବା ପାଇଁ ୬ ବର୍ଷ ହେଲା ଜିଲ୍ଲାପାଳଙ୍କ ଅଫିସରେ ଫାଇଲ୍ ପଡ଼ିରହିଛି । ମାନସିକ ଭାରସାମ୍ୟ ହରାଇ ସେ ନିଜେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ତାଙ୍କ ବଡ଼ ଭାଇ ।

ଅଧିକ ପଢନ୍ତୁ... ଓଡ଼ିଶା ଚନ୍ଦନ କାଠରେ ବାସ୍ନା ନାହିଁ : ସୁଗନ୍ଧ ନଥିବାରୁ ବଜାର ମୂଲ୍ୟ ମଧ୍ୟ କମ୍‌ ।

ତାଙ୍କ ବାପା ଭୂତଳ ଜଳ ବିଭାଗରେ ଚାକିରି କରୁଥିଲେ । ଯୁକ୍ତ ୩ ସରିବା ପରେ ବାପାଙ୍କ ଚାକିରି ପାଇବାକୁ ଆଶା ରଖିଥିଲେ ଅମୀୟ । ହେଲେ ୬ ବର୍ଷ ହେଲା ପରିବାରର କାହାକୁ ବି କିଛି ଚାକିରି ନମିଳିବାରୁ ସେ ଏହି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଅମୀୟଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି । 


---

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe