କନକ ବ୍ୟୁରୋ : କଟକରେ ବଢ଼ି ଚାଲିଛି ଅପରାଧ। କେତେବେଳେ ସାମାନ୍ୟ ବଚସା ତ କେତେବେଳେ ନିଶା ପାଇଁ ଯାଉଛି ଜୀବନ। ଖାନନଗରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ପର୍ଦ୍ଦାଫାସ କରିବା ସହ ଜଣଙ୍କୁ ବାନ୍ଧିଛି ପୁଲିସ। ଏପଟେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଖେଳଣା ବନ୍ଧୁକରେ ବ୍ୟବସାୟୀଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ..
ମାତ୍ର ୫ ହଜାର ଟଙ୍କା ଲାଗି ଯୁବକଙ୍କ ଜୀବନ ଗଲା। କଟକ ଖାନନଗରରେ ଯୁବକଙ୍କୁ ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣେ ୭୨ ବର୍ଷୀୟ ବୃଦ୍ଧ। ତାଙ୍କ ନାଁ ଅଶୋକ ସାମଲ। ଘର ଯୋବ୍ରା ସାମଲ ସାହିରେ ହୋଇଥିବା ବେଳେ ସେ କଟକର ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ କରିବା ସହ ଅଭିଯୁକ୍ତ ନିକଟରେ ପହଞ୍ଚିପାରିଛି ପୁଲିସ। ପଚରାଉଚରା ବେଳେ ଅଭିଯୁକ୍ତ ବୃଦ୍ଧ ଜଣକ ପୁଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି ।
ଅଧିକ ପଢ଼ନ୍ତୁ : ଭଦ୍ରକରୁ ବିକ୍ରି ହୋଇଥିବା ଶିଶୁ କଟକରୁ ଉଦ୍ଧାର: ଟଙ୍କା ପାଇଁ ବିକି ଦେଇଥିଲେ ବାପା ମାଆ
ଗତ ରବିବାର ଖାନନଗର କାଠଯୋଡ଼ି ବନ୍ଧ ପାଖରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ମୃତକ ହେଲେ କଟକ ହଜାରିବାଗ ଅଞ୍ଚଳର ପପୁ ଦାସ। ସେ ଘରଠୁ ଅଲଗା ହୋଇ ଖାନନଗରରେ ଏକ ଝୁମ୍ପୁଡ଼ିରେ ରହୁଥିଲେ। ପପୁ ଓ ଅଶୋକ ଉଭୟ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ରବିବାର ଦିନ ୨ଟା ବେଳେ ଉଭୟ ନଦୀକୂଳରେ ଏକାଠି ବସି ମଦ ପିଇଥିଲେ। ପରେ ପପୁ ନିଜ ଝୁମ୍ପୁଡ଼ିକୁ ଆସିଥିଲେ ଏବଂ ଅଶୋକ ମଧ୍ୟ ପେଟ୍ରୋଲ ପମ୍ପକୁ ଚାଲିଆସିଥିଲେ। ମାତ୍ର ଶୋଇକି ଉଠିବା ପରେ ଅଶୋକ ନିଜ ପାଖରେ ଥିବା ପ୍ରାୟ ୫ ହଜାର ଟଙ୍କା ନପାଇବାରୁ ପପୁଙ୍କ ପାଖକୁ ଯାଇ ପଚାରିଥିଲେ। ପପୁ ଟଙ୍କା କଥା ନକହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅଶୋକ ଏକ ପଥରରେ ଛେଚି ପପୁଙ୍କୁ ହତ୍ୟା କରିଥିଲେ। ଯାହାର ଦୃଶ ମଧ୍ୟ ସିସିଟିଭିରେ କଏଦ ହୋଇଛି।
ଏପଟେ ସହର ଭିତରେ ଦିନ ଦ୍ବିପ୍ରହରେ ହୋଇଛି ଲୁଟ୍। ପୁରୀଘାଟ ଥାନା ଅଞ୍ଚଳରେ ଖେଳଣା ବନ୍ଧୁକ ଦେଖାଇ ପିତ୍ତଳ ବ୍ୟବସାୟୀଙ୍କ ଠାରୁ ୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/cuttack-2026-01-15-19-01-14.jpg)