କନକ ବ୍ୟୁରୋ: ଭଦ୍ରକରୁ ବିକ୍ରି ହୋଇଥିବା ଶିଶୁ କଟକରୁ ଉଦ୍ଧାର । ଭଦ୍ରକ ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁରେ ସିପୁ ଦାସ ଓ ତାଙ୍କ ସ୍ତ୍ରୀ ନିଜ ନବଜାତକକୁ ବିକ୍ରି କରିଦେଇଥିବା ଅଭିଯୋଗ କରିଥିଲେ ଜେଜେମା ସାବିତ୍ରୀ ଦାସ । ଶିଶୁଟିକୁ କଟକରୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ।
କଟକରେ ପ୍ରଶାସନର କଟକଣାକୁ ଫୁ: ମାଞ୍ଜାସୂତାରେ ଚାଲିଛି ଗୁଡ଼ି ଉଡ଼ା
ସିପୁ ଦାସ କିଛି ରୋଜଗାର କରୁନଥିବାରୁ ଅଭାବରେ ପଡ଼ି ବିଭିନ୍ନ ସ୍ଥାନରୁ ହଜାର ହଜାର ଟଙ୍କା କରଜ ଆଣି ସୁଝି ପାରିଲେନି । ଋଣ ସୁଝିବାକୁ ନିଜର ଶିଶୁ କନ୍ୟାକୁ ୩୫ ହଜାର ଟଙ୍କାରେ କଟକରେ ଥିବା ନିଜ ଖୁଡ଼ିକୁ ବିକ୍ରି କରିଥିବା କହିଛନ୍ତି ସିପୁଙ୍କ ପତ୍ନୀ । ଶିଶୁକନ୍ୟାର ଜେଜେମାଆଙ୍କ ଅଭିଯୋଗକ୍ରମେ ଛାନଭିନ କରି ଭଣ୍ଡାରିପୋଖରୀ ପୁଲିସ୍ କଟକରୁ ଶିଶୁକୁ ଉଦ୍ଧାର କରିଛି । ୧ମାସର ଶିଶୁ କନ୍ୟାକୁ ବାପା-ମା’ ବିକ୍ରି କରିଦେଇଥିବା ଅଭିଯୋଗ କରିଥିଲେ ସାବିତ୍ରୀ । ଥାନାରେ ଅଭିଯୋଗ ପରେ ନବଜାତକକର ବାପା, ମା’ ଓ ଆଈଙ୍କୁ ପୁଲିସ ପଚରାଉଚରା କରିଥିଲା । ଥାନାଧିକାରି ରାଜଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଭଣ୍ଡାରିପୋଖରୀ ପୁଲିସ୍ କଟକ ରାଜାବଗିଚା ଅଞ୍ଚଳରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଅନ୍ୟପକ୍ଷରେ ଶିଶୁର ବାପାମାଆ ଋଣ ଶୁଝିବା ପାଇଁ ଶିଶୁକୁ ବିକି ଦେଇଥିବା ପ୍ରକାଶ କରିଛନ୍ତି । ଜଣେ ସମ୍ପର୍କୀୟଙ୍କୁ ପିଲା ନଥିବାରୁ ତାଙ୍କୁ ୩୫ ହଜାର ଟଙ୍କାରେ ଝିଅକୁ ବିକ୍ରି କରିଥିବା ଶିଶୁର ମାଆ କହିଛନ୍ତି । ଶିଶୁଟିକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଚାଲିଛି ସେଠାରେ ମାଆ ସହ ଜେଜେମାଆ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/14/sishu-2026-01-14-14-03-19.jpg)