ଗୁରୁଗ୍ରାମରେ ଲିଭ୍‌-ଇନ୍‌ ସାଥୀଙ୍କ ଆକ୍ରମଣରେ ଯୁବତୀ ଗୁରୁତର

Advertisment

ଗୁରୁଗ୍ରାମରେ ଜଣେ ଯୁବତୀ ଲିଭ୍‌-ଇନ୍‌ ସାଥୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଅଭିଯୁକ୍ତ ୧୯-ବର୍ଷୀୟ ଶିବମ୍‌ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ଗୁରୁଗ୍ରାମରେ ଜଣେ ଯୁବତୀ ଲିଭ୍‌-ଇନ୍‌ ସାଥୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଅଭିଯୁକ୍ତ ୧୯-ବର୍ଷୀୟ ଶିବମ୍‌ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

20bbs_11_20022026_111

Photograph: (KANAKNEWS)

କନକବ୍ୟୁରୋ : ଗୁରୁଗ୍ରାମରେ ଜଣେ ଯୁବତୀ ଲିଭ୍‌-ଇନ୍‌ ସାଥୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଅଭିଯୁକ୍ତ ୧୯-ବର୍ଷୀୟ ଶିବମ୍‌ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଶିବମ୍‌ଙ୍କ ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି ।  ଗୁରୁତର ଆହତ ୧୯- ବର୍ଷୀୟା ତ୍ରିପୁରା ମହିଳା ଗୁରୁଗ୍ରାମର ଜିଡି ଗୋଏଙ୍କା ୟୁନିଭର୍ସିଟିରେ ବାୟୋ ଟେକ୍ନୋଲଜିରେ ଅଧ୍ୟୟନ କରୁଥିଲେ । ସେପ୍ଟେମ୍ବର ୨୦୨୫ରେ ସେ ଶିବମ୍‌ଙ୍କୁ ଭେଟିବା ପରେ ଉଭୟ ସେକ୍ଟର ୬୯ରେ ଏକାଠି ରହୁଥିଲେ । ଦୁହେଁ ବିବାହ କରିବାକୁ ଯୋଜନା କରି ପରିବାର ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।

ଅଧିକ ପଢନ୍ତୁ...ଓୟେ ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ

ନିକଟରେ ପୀଡ଼ିତାଙ୍କ ମା’ ପୁଲିସକୁ ଫୋନ୍‌ କରି ତାଙ୍କ ଝିଅର ଚରିତ୍ରକୁ ସନ୍ଦେହ କରି ଲିଭ୍‌-ଇନ୍‌ ସାଥୀ ନିଷ୍ଠୁର ଭାବେ ମାଡ଼ ମାରିଥିବା କହିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ପୀଡ଼ିତାଙ୍କୁ ପ୍ରଥମେ ଗୁରୁଗ୍ରାମର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ତେବେ ତାଙ୍କ ଅବସ୍ଥା ଅତି ଜଟିଳ ଥିବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ବୋଲି ଜଣାପଡ଼ିଛି । ପାଟିତୁଣ୍ଡ ଭୟଙ୍କର ରୂପଧାରଣ କରିଥିଲା ଓ ଶିବମ୍‌ ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe