କନକବ୍ୟୁରୋ : ଗୁରୁଗ୍ରାମରେ ଜଣେ ଯୁବତୀ ଲିଭ୍-ଇନ୍ ସାଥୀଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଅଭିଯୁକ୍ତ ୧୯-ବର୍ଷୀୟ ଶିବମ୍ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଶିବମ୍ଙ୍କ ଘର ଦିଲ୍ଲୀରେ ବୋଲି ଜଣାପଡ଼ିଛି । ଗୁରୁତର ଆହତ ୧୯- ବର୍ଷୀୟା ତ୍ରିପୁରା ମହିଳା ଗୁରୁଗ୍ରାମର ଜିଡି ଗୋଏଙ୍କା ୟୁନିଭର୍ସିଟିରେ ବାୟୋ ଟେକ୍ନୋଲଜିରେ ଅଧ୍ୟୟନ କରୁଥିଲେ । ସେପ୍ଟେମ୍ବର ୨୦୨୫ରେ ସେ ଶିବମ୍ଙ୍କୁ ଭେଟିବା ପରେ ଉଭୟ ସେକ୍ଟର ୬୯ରେ ଏକାଠି ରହୁଥିଲେ । ଦୁହେଁ ବିବାହ କରିବାକୁ ଯୋଜନା କରି ପରିବାର ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।
ଅଧିକ ପଢନ୍ତୁ...ଓୟେ ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ
ନିକଟରେ ପୀଡ଼ିତାଙ୍କ ମା’ ପୁଲିସକୁ ଫୋନ୍ କରି ତାଙ୍କ ଝିଅର ଚରିତ୍ରକୁ ସନ୍ଦେହ କରି ଲିଭ୍-ଇନ୍ ସାଥୀ ନିଷ୍ଠୁର ଭାବେ ମାଡ଼ ମାରିଥିବା କହିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ପୀଡ଼ିତାଙ୍କୁ ପ୍ରଥମେ ଗୁରୁଗ୍ରାମର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଅତି ଜଟିଳ ଥିବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ବୋଲି ଜଣାପଡ଼ିଛି । ପାଟିତୁଣ୍ଡ ଭୟଙ୍କର ରୂପଧାରଣ କରିଥିଲା ଓ ଶିବମ୍ ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/20bbs_11_20022026_111-2026-02-20-13-07-25.jpg)