ଖୋର୍ଦ୍ଧା ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ଲାଗିଲା ୧୬୩ ଧାରା

ଗତକାଲି ଦୁଇ ଗାଁ ଭିତରେ ସୀମା ବିବାଦକୁ ନେଇ ପୁଣି ଦେଖାଦେଇଥିଲା ଉତ୍ତେଜନା ।

Khordha

Khordha Photograph: (kanakNews)

କନକ ବ୍ୟୁରୋ: ଖୋର୍ଦ୍ଧା ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ଲାଗିଲା ୧୬୩ ଧାରା । ଭାରତୀୟ ନାଗରିକ ସଂହିତା BNS ଧାରା ୧୬୩ ପୁଣି ବଳବତ୍ତର କଲେ ଜିଲ୍ଲା ପ୍ରସାଶନ। ବୁଧବାର ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଖଣ୍ଡଯୁଦ୍ଧ ପରେ ପୁଣି ୧୬୩ ଧାରା ବଳବତ୍ତର କରାଯାଇଛି । ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା ସହ ଟେକାପଥର କାଚ ବୋତଲ ମାଡ଼ ହୋଇଥିଲା ।

ଖୋର୍ଦ୍ଧା ବେଗୁନିଆରେ ନାଁକୁ ନେଇ ବିବାଦ; ମାସେ ହେଲାଣି ଗାଁରେ ବଳବତ୍ତର ୧୬୩ ଧାରା, ବନ୍ଦ ରହିଛି ଦୋକାନ ବଜାର, ପାଠପଢ଼ାରେ ବାଧା

ଉଭୟ ଗାଁରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଘମାରୀ ଥାନା ଅଧିକାରୀଙ୍କ ରିପୋର୍ଟକୁ ଆଧାରକରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ହନୁମାନ ବଟିକା ଠାରୁ ବାରିକ ପୋଖରୀ ପର୍ଯ୍ୟନ୍ତ ବିଏନ୍‌ଏସ୍‌ ୧୬୩ ଧାରା ଲାଗୁ କରିଛନ୍ତି । ସେହିପରି ପରିସ୍ଥିତି ଶାନ୍ତ ପଡିଥିଲେ ମଧ୍ୟ ଏକ ପ୍ଲାଟୁନ ଫୋର୍ସ ବଜାର ସହ ଉଭୟ ଗାଁରେ ମୁତୟନ ରହିଛନ୍ତି ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe