କନକ ବ୍ୟୁରୋ : ନାଁ ପାଇଁ ଗାଁ ବିବାଦ ଘଟଣା । ମାସେରୁ ଅଧିକ ଦିନ ଧରି ବଳବତ୍ତର ରହିଛି ୧୬୩ ଧାରା । ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି ଉଭୟ ଗ୍ରାମବାସୀ । ଫଳରେ ଶିକ୍ଷା ଓ ରୋଜଗାର ବାଧାପ୍ରାପ୍ତ ହୋଇଛି ।
ବଜାର ନାଁକୁ ନେଇ ବେଗୁନିଆ ବ୍ଲକ ପୋଡ଼ଡ଼ିହ ପଞ୍ଚାୟତର ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ବିବାଦ । ବଜାରଟି ଓସ୍ତପୁର ମୌଜାରେ ଯାଉଛି, ଦୀର୍ଘବର୍ଷ ହେବ ବଜାର ନାଁ କୋଟପଲା ରହିଛି । ହେଲେ କିଛିବର୍ଷ ହେବ ବଜାର ନା ବଦଳାଇ ଓସ୍ତପୁର କରିବାକୁ ଦାବି ହୋଇଛି । ଉଭୟ ଗାଁ ନାମ ଫଳକ ଲଗାଇବାକୁ ଜିଦ୍ରେ ଅଟଳ । ଯାହାର ପରିଣାମ ସ୍ୱରୂପ ଅଗଷ୍ଟ ୭ରୁ ବଜାରରେ ଜାରି ରହିଛି ୧୬୩ ଧାରା, ଜଗି ରହିଛନ୍ତି ପୁଲିସ ।
ସେବେଠୁ ଖୋଲୁନି ଦୋକାନ । ପ୍ରଭାବିତ ଜୀବନ ଜୀବିକା । ୨୦ରୁ ଦିନ ପରେ ଖୋଲିଛି ସ୍କୁଲ, ହେଲେ ଆସୁନାହାନ୍ତି ଓସ୍ତପୁର ଗାଁର ଛାତ୍ରଛାତ୍ରୀ । ଉଭୟ ଗାଁର ଲୋକଙ୍କୁ ଡକାଇ ଆଲୋଚନା ମାଧ୍ୟମରେ ସମାଧାନ ବାଟ ଖୋଜୁଛି ଜିଲ୍ଲା ପ୍ରଶାସନ । ସ୍ଥିତିରେ ସୁଧାର ଆଣିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ବେଗୁନିଆ ବିଧାୟକ ।
କେବେ ଖୋଲିବ ବଜାର? କେବେ ଫେରିବ ଗାଁକୁ ଶାନ୍ତି ? ଏବଂ ପିଲା ପାଠ ପଢ଼ିବା ସହ ସବୁ କିଛି ସ୍ୱାଭାବିକ ହୋଇପାରିବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/12/begunia-2025-09-12-18-20-05.jpg)