କନକ ବ୍ୟୁରୋ: ଖୋର୍ଦ୍ଧା ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ଲାଗିଲା ୧୬୩ ଧାରା । ଭାରତୀୟ ନାଗରିକ ସଂହିତା BNS ଧାରା ୧୬୩ ପୁଣି ବଳବତ୍ତର କଲେ ଜିଲ୍ଲା ପ୍ରସାଶନ। ବୁଧବାର ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଖଣ୍ଡଯୁଦ୍ଧ ପରେ ପୁଣି ୧୬୩ ଧାରା ବଳବତ୍ତର କରାଯାଇଛି । ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା ସହ ଟେକାପଥର କାଚ ବୋତଲ ମାଡ଼ ହୋଇଥିଲା ।
ଉଭୟ ଗାଁରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଘମାରୀ ଥାନା ଅଧିକାରୀଙ୍କ ରିପୋର୍ଟକୁ ଆଧାରକରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ହନୁମାନ ବଟିକା ଠାରୁ ବାରିକ ପୋଖରୀ ପର୍ଯ୍ୟନ୍ତ ବିଏନ୍ଏସ୍ ୧୬୩ ଧାରା ଲାଗୁ କରିଛନ୍ତି । ସେହିପରି ପରିସ୍ଥିତି ଶାନ୍ତ ପଡିଥିଲେ ମଧ୍ୟ ଏକ ପ୍ଲାଟୁନ ଫୋର୍ସ ବଜାର ସହ ଉଭୟ ଗାଁରେ ମୁତୟନ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/06/khordha-2025-11-06-13-28-11.png)