Maobadi Photograph: (KanakNews)
କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗସ୍ତରେ ଓଡିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ଦିନିକିଆ ଗସ୍ତରେ ସ୍ଥାନୀୟ ତନରଡ଼ା ଅଷ୍ଟମ ବାଟାଲିୟନ ପରିସରରେ ଏକ ଜିମକୁ ଉଦଘାଟନ କରିବା ପରେ ପୁରା ବାଟାଲିୟନ ବୁଲି ଦେଖିଥିଲେ । ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ପୁଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଏସଡିପଓ ଡ଼. ଦୀପକ କୁମାର ମିଶ୍ର, ତାରାସିଂ ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ଅଷ୍ଟମ ବାଟାଲିୟନର ଦୁର୍ଗପତି ସୁଧାକର ମିଶ୍ର, ଉପଡୁ଼ର୍ଗପତି ଲଳିତ କୁମାର ବାଘ ଉପସ୍ଥିତ ଥିଲେ ।
ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ପୁଲିସ୍କୁ ବଡ଼ ସଫଳତା, ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର
ଭଞ୍ଜନଗର ଓ ତାର ଆଖପାଖ ଅଂଚଳ ରେ ଏବେ ମାଓ ଉପସ୍ଥିତ ଥିବା ଜଣାପଡୁଛି । କାରଣ ଗତ କିଛି ମାସତଳେ କରଡ଼ା ରାଣବା ଓ ବାଇବାଲି ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ପରେ ପରେ ଗଷମା ଜଙ୍ଗଲରେ ମାଓବାଦୀ ମାନେ ସଭା କରିଥିବା ଶୁଣିବାକୁ ମିଳୁଛି l ଏଭଳି ସମୟରେ ପୁଲିସ ଡିଜିଙ୍କ ଭଞ୍ଜନଗର ଗସ୍ତ ଘଟଣା ସବୁ ସତ ବୋଲି କୁହାଯାଉଛି ।
Follow Us