ଚର୍ଚ୍ଚାରେ ବିଶ୍ବର ସବୁଠାରୁ ଛୋଟିଆ ଗାଈ ; ପ୍ରଧାନମନ୍ତ୍ରୀ ବି ଯତ୍ନ ନେଉଛନ୍ତି

ରାଜସ୍ଥାନ ଆଜମେର ଜିଲ୍ଲାରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍କର ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶ୍ବର ସବୁଠାରୁ ଛୋଟ ଗାଈ । ଦାମ୍ ଏବଂ ବିଶେଷତ୍ବ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍ ।

World's Smallest Cows

World's Smallest Cows Photograph: (KANAK NEWS)

କନକ ବ୍ୟୁରୋ : ଭିଆଇପି ଘୋଡ଼ା ଓ ମଇଁଷି ପରେ ଏବେ ଚର୍ଚ୍ଚାରେ ବିଶ୍ବର ସବୁଠାରୁ ଛୋଟ ଗାଈ । ରାଜସ୍ଥାନ ଆଜମେର ଜିଲ୍ଲାରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍କର ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶ୍ବର ସବୁଠାରୁ ଛୋଟ ଗାଈ । ଦାମ୍ ଏବଂ ବିଶେଷତ୍ବ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍ । ଜୟପୁରରୁ ଆସିଥିବା ପଶୁ ପାଳକ ଅଭିନବ ତିୱାରୀଙ୍କ ଏହି ତିନୋଟି ଅନନ୍ୟ ପ୍ରଜାତିର ଗାଈ ମେଳାରେ ଚର୍ଚ୍ଚା ସାଉଣ୍ଟିଛି । ଏଥିରେ ପୁଙ୍ଗାନୁର, ମିନି ମାଉସ ଏବଂ ବିଚ୍ଛୁର ପ୍ରଜାତିର ଗାଈ ସାମିଲ ଅଛନ୍ତି । ଯେଉଁମାନଙ୍କ ଆକାର ଅନ୍ୟ ଗାଈଙ୍କ ତୁଳନାରେ ଖୁବ ଛୋଟ । କିନ୍ତୁ ଏମାନେ ସାଧାରଣ ଗାଈମାନଙ୍କ ତୁଳନାରେ ଅଧିକ କ୍ଷୀର ଦେଇଥାଆନ୍ତି । ପୁଙ୍ଗାନୁର ପ୍ରଜାତିର ଗାଈର ଉଚ୍ଚତା ମାତ୍ର ୧୬ ଇଞ୍ଚ ଥିବା ବେଳେ ପ୍ରତିଦିନ ପ୍ରାୟ ତିନି ଲିଟର କ୍ଷୀର ଦେଇଥାଏ ।

ସେହିପରି ମିନି ମାଉସ ପ୍ରଜାତି ଗାଈର ଉଚ୍ଚତା ୨୮ ଇଞ୍ଚ ଥିବା ବେଳେ ଏହା ତିନିରୁ ଛଅ ଲିଟର କ୍ଷୀର ଉତ୍ପାଦନ କରିଥାଏ । ଏବଂ ବିଛୁର ପ୍ରଜାତି ଗାଈର ଉଚ୍ଚତା ୩୦ ଇଞ୍ଚ ଥିବା ବେଳେ ଏହା ପ୍ରତିଦିନ ତିନିରୁ ଛଅ ଲିଟର କ୍ଷୀର ମଧ୍ୟ ଦେଇଥାଏ । ପୁଙ୍ଗାନୁର ପ୍ରଜାତିର ଗାଈକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରଖାଯାଇଛି, ଯାହା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୨୦୨୪ରେ ମକର ସଂକ୍ରାନ୍ତିରେ ଏକ ଭିଡିଓ ସେୟାର କରିଥିଲେ। ଏହି ପ୍ରଜାତିର ଗାଈ ଗୁଡ଼ିକ ପୁଷ୍ଟିକର କ୍ଷୀର ପ୍ରଦାନ କରନ୍ତି । ଏମାନଙ୍କୁ  ସହଜ ଓ ସୁବିଧାରେ ସହରାଞ୍ଚଳରେ ପାଳନ କରାଯାଇପାରିବ ।

ଅଧିକ ପଢ଼ନ୍ତୁ--ରୁଷ ଉପରେ ୟୁକ୍ରେନର ବଡ଼ ଆଟାକ୍; ବନ୍ଦର କ୍ଷତିଗ୍ରସ୍ତ, ଜଳୁଛି ତେଲ ଟର୍ମିନାଲ

ଖାସ୍ କଥା ହେଉଛି ଏହି ପ୍ରଜାତିର ଗାଈ ଗୁଡ଼ିକର କ୍ଷୀର ସହ ସେମାନଙ୍କର ଗୋବର ଏବଂ ମୂତ୍ର ମଧ୍ୟ ବିକ୍ରି କରାଯାଏ । ଏହି ଗାଈ ଗୁଡ଼ିକର ରକ୍ଷଣାବେକ୍ଷଣ କମ ଖର୍ଚ୍ଚରେ ହୋଇଥାଏ ଏବଂ ହାଇବ୍ରିଡ୍ କିମ୍ବା ବିଦେଶୀ ପ୍ରଜାତିର ଗାଈ ତୁଳନାରେ ସେମାନଙ୍କର କ୍ଷୀର ଉତ୍ପାଦନ କମ ଥିବାରୁ, ଚାଷୀମାନେ ଧୀରେ ଧୀରେ ପୁଙ୍ଗାନୁର ପ୍ରଜାତିର ପ୍ରଜାତି ଉପରୁ ମୁହଁ ଫେରାଉଛନ୍ତି ଯାହାକି ଭବିଷ୍ୟତ ପାଇଁ ବିପଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe