କନକ ବ୍ୟୁରୋ : ବିଶ୍ବ ଦେଖିଲା ଶତାଦ୍ଦୀର ସବୁଠୁ ଭୟଙ୍କର ହରିକେନ । ଯାହା ଜମାଇକାରେ ତାଣ୍ଡବ ରଚିଛି । କୁହାଯାଉଛି ୧୯୯୯ ଓଡ଼ିଶାରେ ତାଣ୍ଡବ ରଚିଥିବା ମହାବାତ୍ୟାଠୁ ବେଶ ଭୟଙ୍କର ଓ ଶକ୍ତିଶାଳୀ ଥିଲା ମେଲିସା ।
ମେଲିସା ହରିକେନ ଆଣ୍ଟଲାଟିକ ଇତିହାସର ଶକ୍ତିଶାଳୀ ହରିକେନ । ୧୮୫୧ରୁ ୨୦୨୫, ପ୍ରାୟ ଗତ ୧୭୪ ବର୍ଷ ଭିନ୍ନଭିନ୍ନ ବର୍ଷମାନଙ୍କରେ ସ୍ଥଳଭାଗ ଛୁଇଁଥିବା ହରିକେନ ମଧ୍ୟରେ ମେଲିସା ହେଉଛି ସବୁଠୁ ଅଧିକ ଶକ୍ତିଶାଳୀ । ଯାହାର ଘଣ୍ଟା ପ୍ରତି ବେଗ ୩ଶହ କିଲୋମିଟର ରହିଥିଲା । ମେଲିସା ପ୍ରଭାବରେ ଜମାଇକାରେ ପ୍ରଳୟଙ୍କାରୀ ବନ୍ୟା, ସମୁଦ୍ର ପାଣି ମାଡି ଆସିବା ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଶକ୍ତିଶାଳୀ ହରିକେନ ପାଇଁ କାରିବିଆନ୍ ଦେଶଗୁଡ଼ିକ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ସହିତ ସଂଘର୍ଷ କରୁଛନ୍ତି । କେଉଁଠି ବିଶାଳକାୟ ଗଛ ଉପୁଡିଯାଇଛି ତ ପୁଣି କେଉଁଠି ଘରର ଛାତ ଉଡିଯାଇଛି । ଜମାଇକାଠୁ ନେଇ କ୍ୟୁବା ପର୍ଯ୍ୟନ୍ତ ସହର ଗୁଡିକ ଜଳମଗ୍ନ ହେବା ପରେ ସବୁଠୁ ଖରାପ ସ୍ଥିତି ଦେଇ ଗତିକରୁଛି । ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁଯାୟୀ, ହାଇତି, ଡୋମିନିକାନ୍ ଗଣରାଜ୍ୟ, କ୍ୟୁବା ଏବଂ ବାହାମାସ ସବୁଠୁ ଅଧିକ କ୍ଷତି ସହିଛନ୍ତି ।
ବିଶ୍ବ ଦେଖିଲା ଅସମ୍ଭବ ଦୃଶ୍ୟ; ଚର୍ଚ୍ଚାରେ ଆମେରିକାର ‘ହରିକେନ୍ ହଣ୍ଟର୍ସ’
ଜମାଇକାରେ ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବୋହିବା ସହ ସମୁଦ୍ରରୁ ପ୍ରାୟ ୧୦ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିଥିଲା। ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ବି ହୋଇଛି । କୁହାଯାଉଛି ଆଣ୍ଟଲାଟିକ ଇତିହାସରେ ୧୮୫୧ରୁ ଏଭଳି ଶକ୍ତିଶାଳୀ ହରିକେନ କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୫ର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ବହୁଗୁଣରେ ଶକ୍ତିଶାଳୀ ମେଲିସା। ଲ୍ୟାଣ୍ଡଫଲ ପୂର୍ବରୁ ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ମେଲିସାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଥିଲେ, ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ମେଲିସାକୁ ନେଇ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକାରେ ହାଇଆଲର୍ଟ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/hurican-2025-10-29-20-43-06.jpg)