କନକ ବ୍ୟୁରୋ: ବିଜ୍ଞାନ ଯୁଗରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଆମେରିକାର ବାୟୁସେନା । ଭୀଷଣ ବାତ୍ୟା ଦେଖିବାକୁ କେମିତି, ଝଡ଼ର ଆଖି କେତେ ଭୟଙ୍କର? ବାତ୍ୟା ‘ମେଲିସା’ର ପ୍ରଳୟଙ୍କାରୀ ପାଟିରେ ପଶି ଏସବକୁ ପାଖରୁ କଏଦ କରିଛନ୍ତି ଆମେରିକା ବାୟୁସେନାର ‘ହରିକେନ୍ ହଣ୍ଟର୍ସ’ । ଝଡ଼ର ‘ଷ୍ଟାଡିୟମ୍ ଇଫେକ୍ଟ’କୁ କଏଦ କରିଛନ୍ତି ‘ହରିକେନ୍ ହଣ୍ଟର୍ସ’ ଭାବରେ ଜଣାଶୁଣା କ୍ରୁ । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତଙ୍କୁ ଚକିତ କରିଛି ।
ଅଧିକ ପଢ଼ନ୍ତୁ... ପାକିସ୍ତାନରେ ଟମାଟୋ କିଣିବା ପାଇଁ ଋଣ ଦାବି!
ଜାମାଇକାରେ ମାଡ଼ ହୋଇଛି ଶତାବ୍ଦୀର ସବୁଠାରୁ ବଡ଼ ବାତ୍ୟା ମେଲିସା । ରାତି ପ୍ରାୟ ୧୦ଟା ୪୦ରେ ଏହା ଲ୍ୟାଣ୍ଡଫଲ୍ କରିବା କ୍ଷଣି ଧ୍ୱଂସ ଲୀଳା ରଚିଥିଲା । ଘରଦ୍ୱାର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ସବୁ ଉପୁଡ଼ି ପଡ଼ିଛି । ବାତ୍ୟା ମେଲିସା ଘଣ୍ଟା ପିଛା ୩୦୦ କି.ମି ବେଗରେ । ୧୦୦ ବର୍ଷ ଭିତରେ ଏହା ସବୁଠୁ ଶକ୍ତିଶାଳୀ ବାତ୍ୟା ବୋଲି ପାଣିପାଗ ବିଜ୍ଞାନୀ କହୁଛନ୍ତି ।
କ୍ଷୟକ୍ଷତି ରିପୋର୍ଟ ଆସିନଥିଲେ ବି ସଦ୍ୟତମ ସୂଚନା ଅନୁସାରେ ଜାମାଇକାରେ ୩, ହାଇତିରେ ୩ ଓ ଡୋମିନିକାନ ରିପବ୍ଲିକରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କ୍ୟୁବାରେ ୬ ଲକ୍ଷ ଓ ଜାମାଇକାରେ ୨୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ଜାମାଇକାରେ ତାଣ୍ଡବ ରଚିବା ପୂର୍ବରୁ ଏହା ପ୍ରଥମେ ହାଇତି ଓ ଡୋମିନିକାନ ରିପବ୍ଲିକରେ ଧ୍ୱଂସଲୀଳା ରଚିଥିଲା । ବଡ଼କଥା ହେଉଛି କାଟେଗୋରି-୫ ବାତ୍ୟା ସର୍ବାଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏହାର ପ୍ରଭାବ ଏତେ ପ୍ରଚଣ୍ଡ ହୋଇଥାଏ ଯେ ଏହା କଂକ୍ରିଟ କୋଠାକୁ ବି କ୍ଷତି ପହଞ୍ଚାଇପାରେ । ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/29/hurricane-melissa-2025-10-29-18-43-28.jpg)