କନକ ବ୍ୟୁରୋ; ଭାରତୀୟ ୧୯ବର୍ଷରୁ କମ୍ ଦଳର ବିସ୍ମୟ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଶନିବାରର ବାଂଲାଦେଶ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଆଉ ଏକ ବିଶ୍ବ କୀର୍ତ୍ତିମାନ କରିଛନ୍ତି । ଭାରତ ଲଗାତାର ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ନିଜ ସ୍ବାଭାବିକ ଆକ୍ରଣାତ୍ମକ ବ୍ୟାଟିଂକୁ ଜାରି ରଖି ସେ ୬୭ ବଲ୍ରୁ ୭୨ ରନ୍ର ଦ୍ରୁତ ପାଳି ଖେଳିଥିଲେ । ସେଥିମଧ୍ୟରେ ଥିଲା ୬ଟି ଚୌକା ଓ ତିନିଟି ଚୌକା । ତେବେ ସୂର୍ଯ୍ୟବଂଶୀ ମାତ୍ର ୩୦ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏଭଳି କରି ସେ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାରେ ବିଶ୍ବର ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।
ଅଧିକ ପଢନ୍ତୁ: ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍: ଭାରତ-ବାଂଲାଦେଶ ମୁକାବିଲା ଉପରେ ସମସ୍ତଙ୍କ ନଜର
ଏହି କ୍ରମରେ ଆଫଗାନିସ୍ତାନର ସାହିଦୁଲ୍ଲା କମଲଙ୍କ ରେକର୍ଡ ଭାଙ୍ଗିଥିଲେ ସୂର୍ଯ୍ୟବଂଶୀ। କମଲ ୧୫ବର୍ଷ ୧୯ ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସୂର୍ଯ୍ୟବଂଶୀ ମାତ୍ର ୧୪ବର୍ଷ ୨୯୬ ଦିନରେ ଏହା କରି ଦେଖାଇଛନ୍ତି। ଏହି କ୍ଷେତ୍ରରେ ପାକିସ୍ତାନର ବାବର ଆଜମ ତୃତୀୟ ସ୍ଥାନରେ ରହିଛନ୍ତି । ସେ ୨୦୧୦ ମସିହାର ୧୯ବର୍ଷରୁ କମ୍ ବିଶ୍ବକପ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୫ବର୍ଷ ୯୨ ଦିନରେ ଅର୍ଦ୍ଧଶତକ ହାସଲ କରିଥିଲେ । ସୂର୍ଯ୍ୟବଂଶୀ ମଧ୍ୟ ଯୁବ ଦିନିକିଆରେ କିଂବଦନ୍ତି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ। ବିରାଟ ଯୁବ ଦିନିକିଆରେ ୨୮ ମ୍ୟାଚ୍ ଖେଳି ୯୭୮ ରନ୍ କରିଛନ୍ତି। ସୂର୍ଯ୍ୟବଂଶୀ ୨୦ ଯୁବ ଦିନିକିଆ ଖେଳି ୧,୦୪୭ ରନ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/17/vaibhav-suryavanshi-2026-01-17-19-19-24.jpg)