କନକ ବ୍ୟୁରୋ : ଗୋଟିଏ ପଟେ ମହାପ୍ରତାପିଙ୍କ କଂସଙ୍କ ଅଟ୍ଟହାସ୍ୟାରେ କମ୍ପୁଥିଲା ବରଗଡ । ଅନ୍ୟପଟେ ପାଖ ଜଙ୍ଗଲରେ ଜଘନ୍ୟକାଣ୍ଡ ଘଟାଇଥିଲେ ନରପିଶାଚ । ଧନୁଯାତ୍ରା ଦେଖିବାକୁ ଆସିଥିବା ଜଣେ ଯୁବତୀଙ୍କ ଶରୀର ସହ ଖେଳିଥିଲେ ଦୁଇ ଯୁବକ । ୩୬ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଖ ଜଂଗଲରୁ ଉଦ୍ଧାର ଖବର ବରଗଡରେ ଚାଂଚଲ୍ୟ ଖେଳାଇ ଦେଇଛି ।
ପୀଡିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଧନୁଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ଯୁବତୀ । କିନ୍ତୁ ରାତି ୧୦ଟା ପରେ ଅଚାନକ ତାଙ୍କ ମୋବାଇଲ ସୁଇଚ୍ ଅପ୍ ହୋଇ ଯାଇଥିଲା । ଝିଅର ମୋବାଇଲ ସୁଇଚ୍ ଅଫ ଦେଖାଇବା ପରେ ବିଚଳିତ ହୋଇପଡିଥିଲେ ପରିବାର ଲୋକେ । ଏନେଇ ପାଖ ଥାନାରେ ଅଭିଯୋଗ କରିଥିଲେ । ହେଲେ, ପୋଲିସ ଏହି ଅଭିଯୋଗକୁ ଗୁରୁତର ସହ ନେଇନଥିଲା । ଶେଷରେ ପ୍ରାୟ ୩୬ଘଂଟା ପରେ ଯୁବତୀ ଜଣଙ୍କ ନିକଟସ୍ଥ ଜଂଗଲରେ ପଡିଥିବା ଦେଖିଥିଲେ । ଏନେଇ ପରିବାରକୁ ଖବର ଦେବା ପରେ ସେମାନ ଯାଇ ଉଦ୍ଧାର କରିଥିଲେ । ତେବେ ସେ ସମୟର କେତେ ଯେ ଭୟଙ୍କର ହୋଇଥିବ ପରିବାର ଲୋକେ ସେ କଥା କହି ବାହୁନି ବାହୁନି କାନ୍ଦୁଛନ୍ତି । ନ୍ୟାୟ ପାଇଁ ପ୍ରସାଶନ ପାଖରେ ନେହୁରା ହୋଇଛନ୍ତି ।
ଯୁବତୀଙ୍କ ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ଭିନ୍ନ ଦିଗକୁ ଇସାରା କରୁଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନସିକ ସନ୍ତୁଳନ ହରେଇ ବସିଛନ୍ତି । ଯୁବତୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/01/14/yv6MBeIvKHqPRdrUFHk4.jpg)